ନୂଆଗାଁ/(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ,ଗାତେରି ସରକାରୀ ହଜାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ, ଦୀର୍ଘଦିନ ଧରି ଶିକ୍ଷକ ଙ୍କ ଅଭାବ ସମସ୍ୟାକୁ ନେଇ ଛାତ୍ର ଛାତ୍ରୀ ଓ ଅଭିଭାବକ ଧାରଣା ଦେଇଛନ୍ତି।ସୂଚନା ଅନୁଯାୟୀ ଗତ ବର୍ଷ ଗାତେରି ସ୍ଥିତ ପ୍ରାଥମିକ ବିଦ୍ୟାଳୟ କୁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ସାମିଲ୍ କରାଯାଇଛି।ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟରତ ଦୁଇ ଜଣ ଶିକ୍ଷକ ଉଚ୍ଚ ବିଦ୍ୟାଳୟ ରେ ଯୋଗଦାନ କଲାପରେ ଜଣେ ଶିକ୍ଷକ ଚାକିରୀ ରୁ ଅବସର ଗ୍ରହଣ କରିଥିବା ବେଳେ ଅନ୍ୟ ଜଣେ ଶିକ୍ଷକ ଗୋପୀନାଥ ଜାନୀ ଙ୍କୁ ଆଡିପଡ଼ା ପ୍ରାଥମିକ ବିଦ୍ୟାଳୟ କୁ ଡେପୁଟେସନ୍ କରାଯାଇଛି।ପୂର୍ବରୁ ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ଶିକ୍ଷକ,ଗଣିତ ଶିକ୍ଷକ,ପଦବୀ ଖାଲି ପଡିଥିଲା ବେଳେ କାର୍ଯ୍ୟରତ ସଂସ୍କୃତ ଶିକ୍ଷକ ଙ୍କ ବିୟୋଗ ହୋଇଥିଲା।ଏହି ପରିସ୍ଥିତି ରେ ଶିକ୍ଷକ ପଦବୀ ପୂରଣ କରିବା ପରିବର୍ତ୍ତେ ଶିକ୍ଷକ ଙ୍କୁ ଅନ୍ୟତ୍ର ଡେପୁ ଟେସନ କରିବା ବିଦ୍ୟାଳୟରେ ଶିକ୍ଷାଦାନ ପ୍ରକ୍ରିୟାରେ ଘୋର ସମସ୍ୟା ସୃଷ୍ଟି ହେବାକୁ ଯାଉଛି।ସମସ୍ୟା ର ସମାଧାନ ନ ହେବା ଯାଏଁ ଧାରଣାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଅଭିଭାବକ।
Sign in
Sign in
Recover your password.
A password will be e-mailed to you.