କ୍ରୀଡାଛାତ୍ରାବାସ  ପାଇଁ ଜିଲ୍ଲାସ୍ତରୀୟ କ୍ରୀଡପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଉଦ୍ଯାପିତ

0

 

ଭଦ୍ରକ/Satyabhusan swami  : ଭଦ୍ରକରେ ରାଜ୍ୟକୀ୍ରଡାଛାତ୍ରବାସ ପାଇଁ ଜିଲ୍ଳାସ୍ତରୀୟ କ୍ରୀଡାପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ କି୍ରଡ଼ାପଡ଼ିଆରେ ଦୁଇଦିନ ଧରି ଅନୁଷ୍ଠିତ   ହୋଇଯାଇଅଛି । ଏହି କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମକୁ ବିଶିଷ୍ଟ କ୍ରୀଡାବିତ୍ ଗୋପାଳ ମହାପାତ୍ର ଆନୁଷ୍ଠାନିକ ଭାବେ  ଉଦ୍ଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାକ୍ରୀଡାଅଧିକାରୀ ମନୋଜ କୁମାର ଦାସ ଓ ଜିଲ୍ଲା ଶାାରୀରିକ ଶିକ୍ଷା ନିରୀକ୍ଷକ ଶ୍ୟାମସୁନ୍ଦର ମହାରାଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ଏହି ପ୍ରତିଯୋଗିତାରେ ଭଦ୍ରକ ଜିଲ୍ଲାର ୭ଟି ବ୍ଲକର ୨ଶହରୁ ଉର୍ଦ୍ଧ କୃତିଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ପୂର୍ବରୁ ଅନୁଷ୍ଠିତ  ବ୍ଲକସ୍ତରୀୟ କ୍ରୀଡାପ୍ରତିଭା ଅନ୍ୱେଷଣରେ ମନୋନୀତ  ହୋଇଥିବା ଛାତ୍ରଛାତ୍ରୀମାନେ ଏହି ଜିଲ୍ଳାସ୍ତରୀୟ କ୍ରୀଡାପ୍ରତିଭା ଅନ୍ୱେଷଣରେ ଅଂଶଗ୍ରହଣ କରିଥିଲେ । ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭଲିବଲ, ଫୁଟ୍ବଲ, ବାସ୍କେକେଟ୍ ବଲ, ଦୌଡ଼ ଖେଳକୁଦ ଆଦି ବିଭିନ୍ନ ବିଭାଗ ଉପରେ ପ୍ରତିଯୋଗିତା ଅନୁଷ୍ଠିତ  ହୋଇଥିଲା ।  ବିଭିନ୍ନ କ୍ରୀଡାଚୟନ ପ୍ରତିଯୋଗିତାରେ ସଫଳ କୃତିକ୍ରୀଡାଛାତ୍ରଛାତ୍ରୀ ଚୟନ କରାଯାଇ ରାଜ୍ୟସ୍ତରୟୀ କ୍ରୀଡଛାତ୍ରାବାସ ଚୟନରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗୀତାରେ ୭୦ଜଣ ଛାତ୍ରଛାତ୍ରୀ  ରାଜ୍ୟସ୍ତରୀୟକୁ ମନୋନିତ ହୋଇଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ କ୍ରୀଡାଶିକ୍ଷକ ରାଜେନ୍ଦ୍ର ନାୟକ, ଗଜେନ୍ଦ୍ର ଭାରତୀ, ମନିନ୍ଦ୍ର ନାୟକ, କିଶୋର ଚନ୍ଦ୍ର ନାୟକ, ନାରାୟଣ ଚନ୍ଦ୍ର ନାୟକ, ଶଶିକାନ୍ତ ପଣ୍ଡା, ଅଶୋକ ପଣ୍ଡା, ସୁକାନ୍ତ କୁମାର ପଣ୍ଡା, ଜୟନ୍ତୀ ନାୟକ, ଅନୁପମା ଦେବନାଥ, କଲ୍ୟାଣୀ ଲେଙ୍କା, ଅନିତା ମହାନ୍ତି ପ୍ରମୁଖ କ୍ରୀଡା ପରିଚାଳନା କରିଥିଲେ । 

 

Leave A Reply

Your email address will not be published.