ଗଞ୍ଜେଇ ଚାଲାଣ ବେଳେ କାବୁ କଲା ପଦ୍ମପୁର ପୋଲିସ ।

0 2

୫୦ କେଜି ଗଞ୍ଜେଇ ସହ ଜଣେ ଗିରଫ ,ଦୁଇ ଫେରାର ।

ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଅଞ୍ଚଳରେ ଦିନକୁ ଦିନ ନିଶାଦ୍ରବ୍ୟ ଚାଲାଣ ବଢିବାରେ ଲାଗିଛି। ବୁଡେନ ଥାନା ଅଞ୍ଚଳରୁ ପଦ୍ମପୁର ଦେଇ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଏସଆଇ ରବିନ୍ଦ୍ର କୁମାର ହେମ୍ରମଙ୍କ ନେତୄତ୍ବରେ ଏକଟିମ ଝାଙ୍କରପାଲି ଠାରେ ଜଗି ରହିଥିଲେ । ବୁଡେନ ଥାନା ଅଞ୍ଚଳରୁ ଏକ ମାରୁତି ସୁଇପ୍ଟ ଗାଡିରେ ୪୯ କେଜି ଗଞ୍ଜେଇ ଆଣୁଥିବା ବେଲେ ପୋଲିସ କାବୁକଲା । ଚାଲାଣ କରୁଥିବା ଛତିଶଗଡ଼ର ଶଙ୍କର ସାହୁ ଓରଫ ବାବୁଲୁକୁ କାବୁ କରି କୋର୍ଟ ଚାଲାଣ କରିଛି ପଦ୍ମପୁର ପୋଲିସ । ବିଶ୍ବସ୍ତ ସୂତ୍ରରୁ ଖବର ଯେ ଗଞ୍ଜେଇ ଚାଲାଣ ସମୟ ତିନିଜଣ ଯୁବକ ଥିଲେ ,ହେଲେ ପୋଲିସ ଜଣକୁ ଗିରଫ କରିବାରେ ସଫଳ ହୋଇଛି , ଅନ୍ୟ ଦୁଇଜଣ ଅଭିଯୁକ୍ତ ଫେରାର ଅଛନ୍ତି । ଏହି ଚଢାଉରେ ଏଏସଆଇ ସନ୍ତୋଷ କୁମାର ସାହୁ,ହାବିଲଦାର ପ୍ରେମାନନ୍ଦ ସାହୁ, ଉଦୟ ମହାପାତ୍ର, କନେଷ୍ଟବଳ ସୁମିତ୍ରା ଲୋହାର ଓ ହୋମଗାର୍ଡ ଦୁର୍ଯ୍ୟୋଧନ ଚୌହାନ ସାମିଲ ଥିଲେ ।

Leave A Reply

Your email address will not be published.