ଭଞ୍ଜନଗର ଜଳସମ୍ପଦ ବିଭାଗର ପ୍ରଶଂସନୀୟ ପଦକ୍ଷେପ: ‘ଅର୍ଣ୍ଣବ’ ବାତ୍ୟା ବିଧ୍ୱଂସୀ ହୁଡ଼ା ମରାମତି ପାଇଁ ଦିବାରାତ୍ରି ଏକ କରିଦେଲେ ଯନ୍ତ୍ରୀ ଓ କର୍ମଚାରୀ

130

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ:ପ୍ରକୃତିର କରାଳ ରୂପ ଏବଂ ସମ୍ଭାବ୍ୟ ବିପର୍ଯ୍ୟୟକୁ ମୁକବିଲା କରିବା ପାଇଁ ପ୍ରଶାସନିକ ତତ୍ପରତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ପ୍ରମୁଖ ସହର ଭଞ୍ଜନଗରରେ। ଗତ କିଛି ଦିନ ପୂର୍ବରୁ ସୃଷ୍ଟ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଓ ବନ୍ୟାଜଳ ମାଡ଼ରେ ଭାଙ୍ଗିଯାଇଥିବା ବିରାଟ ନଦୀ ହୁଡ଼ା ମରାମତି କାର୍ଯ୍ୟ ଏବେ ଜଳସମ୍ପଦ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ସର୍ବୋଦୟ ମନେକରି ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ନିଦ, ଭୋକକୁ ଭୁଲି ଦିବାରାତ୍ରି ପରିଶ୍ରମ କରୁଛନ୍ତି।
​ଲୋହରାଖଣ୍ଡି ନଦୀର କରାଳ ରୂପ ଏବଂ ଖାଲାସିସାହିର ସ୍ଥିତି କୁ ଦେଖି।
​ସୂଚନାଯୋଗ୍ୟ ଯେ, ଭଞ୍ଜନଗରର ଖାଲାସିସାହି, ପାତ୍ର କଲୋନୀ, ପାଳ କଲୋନୀ, ଗାୟତ୍ରୀ ମନ୍ଦିର ସାହି ଏବଂ ଘୁ ନୂଆଗାଁ ବ୍ରିଜ୍ ନିକଟସ୍ଥ ଜାମପଲ୍ଲୀ ଚଣ୍ଡୀ ମନ୍ଦିର ଅଞ୍ଚଳ ଦେଇ ପ୍ରବାହିତ ଲୋହରାଖଣ୍ଡି ନଦୀର କୂଳ ଲଂଘି ବନ୍ୟାଜଳ ଜନବସ୍ତି ଭିତରକୁ ମାଡ଼ିଆସିଥିଲା। ଗତ ୨୯ ତାରିଖ ରାତି ଏବଂ ୩୦ ତାରିଖ ସକାଳ ମଧ୍ୟରେ ଅର୍ଣ୍ଣବର ପ୍ରଭାବରେ ସୃଷ୍ଟ ଉତ୍ତରତ୍ୱ ବନ୍ୟାଜଳ ଏହି ଅଞ୍ଚଳର ପ୍ରାୟ ୭୦ ଭାଗ ବିରାଟ ନଦୀ ହୁଡ଼ାକୁ ଧୋଇ ନେଇଥିଲା। ଫଳରେ ଖାଲାସିସାହି ମୁଖ୍ୟ ରାସ୍ତା ଉପରେ ପ୍ରାୟ ୬ ଫୁଟ୍ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହୋଇ ଅତ୍ୟନ୍ତ ଭୟାବହ ପରିସ୍ଥିତି ସୃଷ୍ଟି କରିଥିଲା।
​ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଓ ପ୍ରଶାସନିକ ତତ୍ପରତା ଦେଖାଦେଇଛି।
​ବନ୍ୟା ପରେ ପରେ ଭଞ୍ଜନଗର ଜଳସମ୍ପଦ ବିଭାଗର ଏସ.ଡି.ଓ. (SDO) ,ଏ,ସି ଏବଂ ବରିଷ୍ଠ ଯନ୍ତ୍ରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଆଗାମୀ ଦିନରେ ଆସନ୍ତା ସମ୍ଭାବ୍ୟ ବାତ୍ୟା ତଥା ଚଳିତ ମୁରସୁ ବାତ୍ୟା ବନ୍ୟାକୁ ଦୃଷ୍ଟିରେ ରଖି ସାହିବାସିନ୍ଦା ଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା। ବର୍ତ୍ତମାନ ରାତିଦିନ ଏକାଠି କରି ମାଟି ଓ ବାଲିବସ୍ତା ପକାଇ ଭାଙ୍ଗିଯାଇଥିବା ହୁଡ଼ା ଗୁଡ଼ିକୁ ସୁଦୃଢ଼ କରାଯାଉଛି। କର୍ମଚାରୀମାନେ ଅନିଦ୍ରା ରହି ଏହି ସେବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି, ଯାହାକୁ ସ୍ଥାନୀୟ ଲୋକେ ବେଶ୍ ପ୍ରଶଂସା କରିଛନ୍ତି। ଏବଂ ଆବଶ୍ୟକ ସ୍ଥଳେ ସାହି ବାସିନ୍ଦା ମଧ୍ୟ ଭଞ୍ଜନଗର ଜଳସମ୍ପଦ ବିଭାଗ ପକ୍ଷରୁ ହେଉଥିବା ହୁଡା ଉଧାର କାର୍ଯ୍ୟ ରେ କର୍ମଚାରୀ ମାନଙ୍କୁ ସହଯୋଗ କରୁଥିବାର ଦେଖାଯାଉଛି ।

Leave A Reply

Your email address will not be published.