ନୂଆଦିଲ୍ଲୀ (ଶାସକ ପ୍ରଶାସକ) -କନ୍ଧମାଳ ସଂସଦୀୟ କ୍ଷେତ୍ରରେ ରେଳପଥ ନିର୍ମାଣ ନେଇ ସାଂସଦ ଅଚ୍ୟୁତ ସାମନ୍ତ ରେଳମନ୍ତ୍ରୀ ଅଶ୍ୱିନ୍ ବୈଷ୍ଣବଙ୍କ ସହ ସାକ୍ଷାତ କରି ପୁଣିଥରେ ଦାବି ଉପସ୍ଥାପନ କରିଛନ୍ତି। ବୁଧବାର ଶ୍ରୀ ସାମନ୍ତ ରେଳମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିବା ସହ ଏ ସମ୍ପର୍କିତ ଏକ ଦାବି ପାତ୍ର ପ୍ରଦାନ କରିଥିଲେ। ଏହି ସାକ୍ଷାତକାର ପରେ କନ୍ଧମାଳକୁ ରେଳପଥ ନିର୍ମାଣ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଅଶ୍ୱିନି ବୈଷ୍ଣବ ପ୍ରତିଶ୍ରୁତି ଦେଇଛନ୍ତି। ସୂଚନାଯୋଗ୍ୟ କନ୍ଧମାଳ ସାଂସଦ ଶ୍ରୀ ସାମନ୍ତଙ୍କ ଦାବି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗତ ଜୁଲାଇ ୯ ତାରିଖରେ ରେଲୱେ ଷ୍ଟାଣ୍ଡିଂ କମିଟିର ଯୁଗ୍ମ ସମ୍ପାଦକ ପ୍ରସନ୍ନଜିତ ସିଂହ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ସୁମିତ୍ ଶର୍ମାଙ୍କୁ ଚିଠି ଲେଖି କନ୍ଧମାଳବାସୀଙ୍କ ଦୀର୍ଘ ଦିନର ଦାବି ସଂପର୍କରେ ଅବଗତ କରାଇଥିଲେ। ନୂତନ ରେଳମନ୍ତ୍ରୀ ଖୁବ ଶୀଘ୍ର କନ୍ଧମାଳକୁ ରେଳପଥ ସଂଯୋଗ କାର୍ଯ୍ୟ ତ୍ୱରାନ୍ୱିତ କରିବେ ବୋଲି ଶ୍ରୀ ସାମନ୍ତ ଆଶା ପୋଷଣ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.