ରେଢ଼ାଖୋଲ (ଅନିଲ କୁମାର ପୃଷ୍ଟି ) : ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ଅଞ୍ଚଳରେ ଶନିବାର ଦିନ ଜଣେ କଲେଜ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ନେ଼ଇ ଚାରମାଳ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ୍ ଚାରମାଳ ଥାନା କେସ ନମ୍ବର ୧୦୦/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ନେଇ ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ପୋଲିସ୍ ସୂତ୍ରରୁ ଜଣାଯାଇଛି ଯେ ରେଢ଼ାଖୋଲ ବ୍ଲକ ଅଞ୍ଚଳର ଏକ କଲେଜରେ ଯୁକ୍ତ୨ ପ୍ରଥମ ବର୍ଷରେ ଜଣେ ଛାତ୍ରୀ ଅଧ୍ୟୟନ କରୁଅଛନ୍ତି।ହେଲେ ଶନିବାର ଦିନ କଲେଜ ଯାଇ ଘରକୁ ଫେରୁଥିବା ସମୟରେ ପଟୁପାଲି ଗ୍ରାମର ସୁରେଶ ମହାକୁଡ(୨୫) ନାମକ ଯୁବକ କଲେଜ ଫେରନ୍ତା ଛାତ୍ରୀଙ୍କୁ ଏକୁଟିଆ ଦେଖି ପାଖ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିବା ନେଇ ଚାରମାଳ ଥାନାରେ ପୀଡ଼ିତାଙ୍କ ବାପା ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୋଲିସ ସୁରେଶ ମହାକୁଡଙ୍କୁ ଅଟକ ରଖି ପଚରାଉଚରା କରୁ ଥିବା ଜଣା ଯାଇଛି। ପିଡିତା ନାବାଳିକା ଛାତ୍ରୀଙ୍କୁ ଡାକ୍ତରୀ ମାଇନା କରିବା ପାଇଁ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ଅଣା ଯାଇ ଥିବା ପୋଲିସ୍ କହିଛି।
Sign in
Sign in
Recover your password.
A password will be e-mailed to you.