ଗାଁକୁ ଗାଁ ବୁଲି ଅଭିଯୋଗ ଓ ସମସ୍ୟା ଶୁଣିଲେ ମନ୍ତ୍ରୀ, ନିର୍ମାଣାଧୀନ କାର୍ଯ୍ୟର କଲେ ତଦାରଖ 

0 2

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନିଜନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପଂଚାୟତର ଗାଁକୁ ଗାଁ ବୁଲି ଲୋକଙ୍କ ସମସ୍ୟା ତଥା ସୁବିଧା ଅସୁବିଧା ବୁଝିଛନ୍ତି  ନୟାଗଡ଼ ବିଧାୟକ ତଥା କୃଷି, କୃଷକ ସଶକ୍ତିକରଣ, ମତ୍ସ୍ୟ-ପଶୁ ସମ୍ପଦ ତଥା ଉଚ୍ଚଶିକ୍ଷା  ମନ୍ତ୍ରୀ ଡ. ଅରୁଣ କୁମାର ସାହୁ | କରୋନାର ପ୍ରାବଲ୍ୟ ଅପେକ୍ଷାକୃତ ଭାବେ ହ୍ରାସ ପାଇଁ ସ୍ଥିତି କିଛିଟା ସ୍ୱାଭାବିକ ହେବା ପରେ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ଅଭିଯାନ ଜାରି ରଖିଥିବା ମନ୍ତ୍ରୀ ଡ଼ ସାହୁ ଆଜି  ଓଡ଼ଗାଁ ଏନଏସି ଏବଂ ବ୍ଳକର ବିଭିନ୍ନ ପଂଚାୟତର ଗାଁକୁ ଗାଁ ବୁଲି ଲୋକମାନଙ୍କ ସମସ୍ୟା ଶୁଣିବା ସହିତ ନର୍ମାଣାଧିନ କାର୍ଯ୍ୟର ତଦାରଖ କରିଛନ୍ତି । ଆଜି ପ୍ରଥମେ ରଙ୍ଗଣୀ ପାଟଣା ପଂଚାୟତରେ ପହଂଚି ଥିବା ବେଳେ ଜଳ ଯୋଗାଣ, ପକା ସଡକ ନିର୍ମାଣ, ଷ୍ଟ୍ରିଟ୍ ଲାଇଟ, ଜଗନ୍ନାଥ ମନ୍ଦିର ଓ କୋଠଘର ନିର୍ମାଣ ଏବଂ ପନ୍ତିଖାରୀ ପଚାୟତରେ ଡ୍ରେନ, ଅଙ୍ଗନଓାଡି କେନ୍ଦ୍ର, ପାର୍କ, ଜଳସେଚନ ସୁବିଧା, ଯୋଗାଇଦେବା ପାଇଁ ଜନସାଧାରଣ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ପରେ ପନ୍ତିଖାରୀ ଗ୍ରାମ ପଂଚାୟତର ପରିସର ମଧ୍ୟରେ ନିର୍ମାଣ ହୋଇଥିବା ମିସନ ଶକ୍ତି ଗୃହକୁ ମନ୍ତ୍ରୀ ଡ଼ ସାହୁ ଉଦଘାଟନ କରିଥିଲେ । ସେହିପରି ଦେଓଗାଁ ଓ ପାଣ୍ଡେରୀପଡା ପଂଚାୟତର ବିବାଦୀୟ ପୂର୍ତବିଭାଗ ରାସ୍ତାର ନିର୍ମାଣ ପାଇଁ ଦେଓଗାଁ ଗ୍ରାମବାସୀ ମନ୍ତ୍ରୀଙ୍କୁ ଜଣାଇଥିବା ଅନୁରୋଧ କରିଥିବା ବେଳେ ଏହା ନ୍ୟାୟାଳୟଙ୍କ ବିଚାରାଧିନ ଥିବାରୁ କୋର୍ଟଙ୍କ ରାୟ ପରେ ଯାହା କିଛି ହେବ ବୋଲି ମନ୍ତ୍ରୀ କହିଥିଲେ । ଭାଲିଆଡିହି, ପାଣ୍ଡେରୀପଡା, ମଦନପୁର, ଗ୍ରାମରେ ପାନୀୟ ଜଳ, ପକା ସଡ଼କ ନିର୍ମାଣ ପାଇଁ ଗ୍ରାମବାସୀ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

ଏଥି ସହିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ  ଓଡ଼ଗାଁ ଏନଏସି ଦଲକ ଅଂଚଳରେ ୩୦ ଜଣ ହିତାଧିକାରୀଙ୍କୁ ଭତ୍ତା  ବଂଟନ କରିଥିଲେ ।  ପରେ ପଦ୍ମଶ୍ରୀ ସ୍ୱର୍ଗତ ପ୍ରଫେସର ରାଧାମୋହନଙ୍କ ସ୍ମୃତି ଉଦେଶ୍ୟରେ ପ୍ରସ୍ତୁତି ଚାଲିଥିବା  ଆମ୍ବ ବଗିଚା କାର୍ଯ୍ୟ ବୁଲି ଦେଖିଥିଲେ । ନନ୍ଦିଘୋର ପିଡରକୁ ବଦଳାଇ ଓଡଗାଁ ଫିଡରରୁ ବିଦ୍ୟୁତ ସଂଯୋଗ ଏବଂ ରାସ୍ତା, ଡ୍ରେନ, କୋଠଘର ନର୍ମାଣ ପାଇଁ  କଦଳିବନ୍ଧ ଅଂଚଳବାସୀ ପ୍ରଶାସନକୁ କହିଥିଲେ । ମନ୍ତ୍ରୀଙ୍କ ଏହି ତୋଫାନି ଗସ୍ତ ଅବସରରେ  ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁ ପ୍ରସାଦ ସାହୁ, ବ୍ଳକ ଅଧ୍ୟକ୍ଷା ମମତା ବେହେରା, ଉପାଧ୍ୟକ୍ଷା ତଥା ନୟାଗଡ଼ ଜିଲ୍ଲା ବିଜେଡି ମହିଳା ସଙ୍ଗଠନର ସଭାନେତ୍ରୀ ବିରଜାଲକ୍ଷ୍ମୀ ସାହୁ ମନ୍ତ୍ରୀଙ୍କ ସମୀକ୍ଷା କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ । 

 

 

 

Leave A Reply

Your email address will not be published.