ଟିଟିଲାଗଡ, (ଗୌରବ ଦର୍ଜୀ)- ସନ୍ଦେହ ଜନକ ଅବସ୍ଥା ରେ ମହିଳାଙ୍କ ମୃତ୍ୟୁ। ରାତିରେ ଶେଯ ଉପରେ ଶୋଇଥିବା ଅବସ୍ଥା ରେ ହିଁ ମୃତ ଦେହ ପଡିରହିଥିବା ଦେଖିବାକୁ ମିଳିଛି। ଯାହା କୁ ନେଇ ଏକ ଯୋଜନା ବଦ୍ଧ ଭାବରେ ହତ୍ୟା କରାଯାଇଥିବା ସନ୍ଦେହ ଘର ମାଲିକ କରିଛନ୍ତି। ଗତ ଚାରି ବର୍ଷ ଧରି ଟିଟିଲାଗଡ ହାଟପଦା ପଡ଼ା ସ୍ଥିତ ଟାଙ୍ଗରପଡ଼ା ରେ ବିଭୂତି ଦଳାଇ ଙ୍କ ଘରେ ଭଡ଼ା ରହି ଆସୁଥିଲେ ସଂପୃକ୍ତ ମହିଳା। ମୃତ ମହିଳା ଜଣକ ଲିଜା ଡାକୁଆ ବୋଲି ଜଣାପଡିଛି। ସେ ଭୁବନେଶ୍ୱର ବାସିନ୍ଦା ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ରେ ବାହା ହୋଇଥିଲେ। ଏବଂ ଗତ ଚାରି ବର୍ଷ ଧରି ଟିଟିଲାଗଡ ରେ ସେ ନିଜ ସ୍ଵାମୀଙ୍କ ସହ ଭଡ଼ା ରହି ଆସୁଥିଲେ। ହେଲେ ସ୍ବାମୀ ବାହାରେ କାମ କରୁଥିବା ଯୋଗୁଁ ପ୍ରାୟ ମାସକ ଥରେ ନିଜ ସ୍ତ୍ରୀ ଙ୍କ ପାଖକୁ ଆସୁଥିଲେ। ଗତ କାଲି ସେ ଘର ମାଲିକ ସାଙ୍ଗରେ ଏବଂ ସାଇପଡିଶା ଙ୍କ ସହ ହସ ଖୁସି ରେ ରହିଥିବା ବେଳେ ଆଜି ସକାଳ ଭୋର୍ ରେ ରହୁଥିବା ଘର ର କବାଟ ଖୋଲା ଥିବାରୁ ଘର ମାଲିକ ସନ୍ଦେହ ପ୍ରକାଶ କରିଥିଲେ। ଏବଂ ସଙ୍ଗେ ସଙ୍ଗେ ଘର ମାଲିକ ତାଙ୍କ ସ୍ତ୍ରୀ ଙ୍କୁ ଘର କବାଟ ଖୋଲା କାହିଁକି ଅଛି , ଲିଜା କେଉଁଠି ଅଛି ବୋଲି ଟିକିଏ ଦେଖି ଆସିବା ପାଇଁ କହିଥିଲେ। ଘର ମାଲିକ ଏବଂ ତାଙ୍କ ସ୍ତ୍ରୀ ଲିଜା ରହୁଥିବା ଘର କୁ ଯାଇ ସେ ସୋଇଥିବା ଅବସ୍ଥା ରେ ଦେଖିବାକୁ ପାଇଥିଲେ। ପରେ ତାକୁ ଉଠେଇବାରୁ ସେ ନ ଉଠିବାରୁ ମୃତ୍ୟବରଣ କରିଥିବା ସନ୍ଦେହ କରି ସାହିପଡ଼ିଶା ଓ ପୋଲିସ କୁ ଖବର ଦେଇଥିଲେ। ଘର ମାଲିକ ଏହା କୁ ଏକ ଯୋଜନା ବଦ୍ଧ ହତ୍ୟା କାଣ୍ଡ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି। ଟିଟିଲାଗଡ ପୋଲିସ ଷ୍ଟେସନ ଆଇଆଇସି ରଞ୍ଜନ ବରିହା ଓ ଏସ ଆଇ ମୋହିନୀ ମଲ୍ଲିକ ସମେତ ବଲାଙ୍ଗୀର ରୁ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.