ପଦ୍ମପୁର (ଶାସକ ପ୍ରଶାସକ)-ବରଗଡ଼ ଜିଲା ପଦ୍ମପୁର ଥାନା ଅଧିନସ୍ଥ ସିଂହନପୁର ଗ୍ରାମରେ ଜଣେ ବିବାହିତ ମହିଳାଙ୍କୁ ପୋଡ଼ି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୁଲିସ ଏହି ଘଟଣାରେ ମୃତ ମହିଳାଙ୍କ ସ୍ଵାମୀ, ଶାଶୁ, ଶ୍ୱଶୂର ଓ ଦିଅରଙ୍କୁ ଅଟକ ରଖିଛି ପଦ୍ମପୁର ପୋଲିସ । ବୁଡ଼େନ ଥାନା ଅଧିନସ୍ଥ ବୁଡ଼ାମାଲ ଗ୍ରାମର ଜୟଦେବ ମେହେରଙ୍କ ଭଉଣା ନୀତୁଙ୍କୁ ପଦ୍ମପୁର ଥାନା ସିଂହନପୁର ଗ୍ରାମର ରମେଶ ମେହେର ବୈଦିକ ରୀତିରେ ବାହା ହୋଇଥିଲେ। ବିବାହ ସମୟରେ ଝିଅ ପକ୍ଷ ଫ୍ରିଜ, କୁଲର, ଟିଭି, ଗାଡ଼ି, ଡାଇନିଂ ଓ ଅନ୍ୟାନ୍ୟ ଆସବାବ ପତ୍ର ଦେଇଥିଲେ । ତଥାପି ବର ପକ୍ଷ ନୀତୁଙ୍କୁ ଅଧିକ ଯୌତୁକ ପାଇଁ ଅନେକ ଥର ମାନସିକ, ଶାରୀରିକ ଦଣ୍ଡ ଦେଉଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି ଭଦ୍ରବ୍ୟକ୍ତିମାନଙ୍କ ଜରିଆରେ ବାରମ୍ବାର ବୁଝାମଣା କରାଇ ପାରିବାରିକ ସୁସଂପର୍କ ରଖ୍ ରହିବାକୁ ଚେଷ୍ଟା କରାଇଥିଲେ ମଧ୍ୟ କିଛି ଲାଭ ହୋଇ ନଥିଲା। ଏବେ ରମେଶ ସ୍ତ୍ରୀ ନୀତୁ ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ବୋଲି ଶ୍ଵଶୁର ଘରକୁ ଫୋନ କରିଥିଲେ। ବାପଘର ଲୋକେ ଏହି ଖବର ପାଇ ତୁରନ୍ତ ସେଠାକୁ ଯାଇଥିଲେ। ନୀତୁକୁ ପ୍ରଥମେ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଉଥିଲା। ମାତ୍ର ଅଧା ବାଟରେ ତାଙ୍କ ମୃତ୍ୟୁ ହୋଇଯାଇଛି । ତାଙ୍କ ଭାଇ ଜୟଦେବ ମେହେର ଅଭିଯୋଗ କରିଛନ୍ତି ଯେ ନୀତୁର ସ୍ଵାମୀ ରମେଶ ମେହେର (ସ୍ଵାମୀ), ଶାଶୂ ଚୁଡ଼ା ମେହେର, ଶ୍ଵଶୁର ସୁଶୀଳ ମେହେର, ଦିଅର ପିଙ୍କୁ ମେହେର, ଭଉଣୀକୁ କିରାସିନି ଢାଳି ପୋଡ଼ି ମାରିଛନ୍ତି । ଏହି ଘଟଣାରେ ଥାନା ଅଧିକାରୀ ରାଜେନ୍ଦ୍ର ସିଆଲ ୧୪୪/୨୧ ନମ୍ବର ମାମଲା ରୁଜୁ କରି ତଦନ୍ତ ଜାରି ରଖୁଛନ୍ତି । ଉପରୋକ୍ତ ୪ ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖୁଛି । ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରାଯାଇଛି ।
Sign in
Sign in
Recover your password.
A password will be e-mailed to you.
Next Post