ଭଦ୍ରକ ବ୍ଲକ୍ ,(ସୀତାକାନ୍ତ ପାଢ଼ୀ ):ପ୍ରତେକ ଦିନକୁ ଦିନ ଚୋରାମଦ ବିକ୍ରି ହେବାର ଲାଗିଛି |ଆଜି ଭଦ୍ରକ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ୍ତ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନିରୀକ୍ଷକ କ୍ଷିତୀଶ ଦାସଙ୍କ ନିର୍ଦେଶ କ୍ରମେ ଏକ ଅବକାରୀ ଟିମ ଆଜି ସକାଳେ 11 ଘଟିକା ସମୟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ୍ ଅନ୍ତର୍ଗତ ନରସିଂହପୁର ବଜାର ନିକଟରେ ଏକ ସ୍କୁଟି ରେ ଦୁଇଜଣ ଯୁବକ ୧୦୦ ଲିଟର ଦେଶି ମଦ ନେଇ ଯାଉଥିବା ବେଳେ ଅବକାରୀ ପୋଲିସ ମାଡ଼ିବସିବା ପରେ ଦୁଇଜଣ କୁ ଗିରଫ କରିଥିଲା। ଦୁଇଜଣ ଅଭିଯୁକ୍ତ ହେଲେ ବାଲେଶ୍ବର ଜିଲ୍ଲା ସୋର ଥାନା ର ଭବାନୀ ଶଙ୍କର ବରାଳ ଓ ନିଶିକାନ୍ତମହାଳିକ ଙ୍କୁ ଗିରଫ କରାଯାଇଥିଲା |ଅବକାରୀ କେଶ ନମ୍ବର 24/2021ରେ ଏକ ମାମଲା ରୁଜ୍ଜୁ କରି ଆଜି କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଅବକାରୀ ନିରୀକ୍ଷକ କ୍ଷିତୀଶ ଦାସ |
Sign in
Sign in
Recover your password.
A password will be e-mailed to you.