ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ଅବସର ଗ୍ରହଣ ଉପଲକ୍ଷେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

11

ଜଗତସିଂହପୁର, ତା ୩୧.୧୦.୨୬ ରିଖ: ଆଜି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ଜଗତସିଂହପୁର ରେ କାର୍ଯ୍ୟରତ କର୍ମଚାରୀ ଶ୍ରୀ ପରିକ୍ଷୀତ ପଟ୍ଟନାୟକଙ୍କ ଅବସର ଗ୍ରହଣ ଉପଲକ୍ଷେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅଧିକାରୀ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଆୟୋଜିତ ହୋଇଥିଲା। ୧୯୯୦ମସିହାରୁ ଶ୍ରୀ ପଟ୍ଟନାୟକ ଅବିଭକ୍ତ କଟକ ଜିଲ୍ଲା ଅଧୀନସ୍ଥ ଉପଖଣ୍ଡ ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ, ଜଗତସିଂହପୁର ରେ କାର୍ଯ୍ୟରତ ଥିଲେ । ପରେ ଜିଲ୍ଲା ଗଠନ ହେବା ପରେ ୧୯୯୪ ମସିହାରୁ ସେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ର ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଭାବେ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରିଆସୁଥିଲେ । ଏହି ଅବସରରେ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନେ ତାଙ୍କର ଦୀର୍ଘ ବର୍ଷର ନିଷ୍ଠାପର ସେବା, କର୍ତ୍ତବ୍ୟନିଷ୍ଠା, ଦକ୍ଷତା ଓ କାର୍ଯ୍ୟ ପ୍ରତି ସମର୍ପଣ ଭାବନାକୁ ଉଚ୍ଚ ପ୍ରଶଂସା କରିଥିଲେ । ସରକାରୀ କାର୍ଯ୍ୟ ସମ୍ପାଦନରେ ତାଙ୍କର ଅବଦାନ ଓ ସହକର୍ମୀମାନଙ୍କ ପ୍ରତି ତାଙ୍କର ସହଯୋଗ ପୂର୍ଣ୍ଣ ମନୋଭାବ ସର୍ବଦା ସ୍ମରଣୀୟ ହୋଇ ରହିବ । ତାଙ୍କ ମେଳାପି ଓ ମିଷ୍ଟଭାଷୀ ସ୍ୱଭାବ ପାଇଁ ସେ ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନିୟମାନୁଯାୟୀ ତାଙ୍କୁ ପ୍ରୋଭିଜିନାଲ ପେନସନ କାଗଜପତ୍ର ପ୍ରଦାନ କରିଥିଲେ।
ସଭାରେ ଉପସ୍ଥିତ ସମସ୍ତେ ତାଙ୍କର ଅବସର ପରବର୍ତ୍ତୀ ଜୀବନ ସୁଖମୟ, ସୁସ୍ଥ, ଶାନ୍ତିପୂର୍ଣ୍ଣ ଓ ମଙ୍ଗଳମୟ ହେଉ ବୋଲି ସମସ୍ତେ କାମନା କରିଥିଲେ। ଶେଷରେ ତାଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ କରି ସମ୍ମାନର ସହ ବଡ଼ବଜାର ସ୍ଥିତ ସରକାରୀ ବାସ ଭବନରେ ଅଧିକାରୀ ଓ କର୍ମଚାରୀମାନେ ଛାଡ଼ି ଆସିଥିଲେ । ସଭାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ଏବଂ ବରିଷ୍ଠ ତଥା କନିଷ୍ଠ ସହାୟକ ଶ୍ରୀ ଦିବାକର ପାତ୍ର, ଶ୍ରୀ ଦୁର୍ଯ୍ୟୋଧନ ପରିଡ଼ା, ଶୁଭଜିତା ପୃଷ୍ଟି, ରାମକୃଷ୍ଣ ଦେବଦାଶ ଶର୍ମା, ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।ଏଥି ସହିତ ସାମ୍ବାଦିକ ବନ୍ଧୁ ମାନେ ମଧ୍ୟ କାର୍ଯ୍ୟାଳୟ କୁ ଆସି ଆଜି ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି ।

Leave A Reply

Your email address will not be published.