ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

0 2

ରକ୍ତଦାନ ଭଳି ମହତ କାର୍ଯ୍ୟରେ ଯୁବସମାଜର ଭୂମିକା ପ୍ରଶଂସନୀୟ :- ମନ୍ତ୍ରୀ ସୁଶାନ୍ତ ସିଂ

ଉଲ୍ଲେଖନୀୟ ସମାଜସେବା ପାଇଁ  ସାମ୍ମାନୀତ ହେଲେ ସାମାଜିକ କର୍ମୀ ଦୀପା ବାରିକ

ବରଗଡ :- ଆଜି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ବିରିପାଲି ଠାରେ ଯୁବସ୍ୱେଚ୍ଛାସେବୀ ମିନିକେତନ ଭୋଇ ଙ୍କ ଜନ୍ମ ଦିନ ଉପଲକ୍ଷେ “ଓଡ଼ିଶା ମୋ ପରିବାର” ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଏହାକୁ ଶ୍ରମ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଉଦଘାଟନ କରିଥିଲେ।ଏହି ଅବସରରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ତରଫରୁ ପାଇକମାଲ ବ୍ଲକ ଟେମରି ଗ୍ରାମର ଯୁବ ମହିଳା ସ୍ୱେଚ୍ଛାସେବୀ ସୁଶ୍ରୀ ଦୀପା ବାରିକଙ୍କୁ ସମ୍ମାନିତ କରାଯାଇଥିଲା | ମନ୍ତ୍ରୀ ଶ୍ରୀ ସିଂଙ୍କ ଅନୁପସ୍ଥିତି ରେ ଗୌରହରୀ ମିଶ୍ର ସମ୍ମାନିତ କରିଥିବା ବେଳେ ପ୍ରଦ୍ୟୁମ୍ନ ତ୍ରିପାଠୀ ପୁଷ୍ପଗୁଚ୍ଛ ଦେଇ ଅଭିବାଦନ କରିଥିଲେ |

ଏହି କାର୍ଯ୍ୟକ୍ରମରେ ସୋହେଲା ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ଜିବର୍ଧନ ବରିହା, ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ,ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁବ୍ରତ ବେହେରା, ସରପଞ୍ଚ ଶ୍ରୀ ରମେଶ ବେହେରା, ବିଜୁ ଯୁବ ଜନତା ଦଳର ଜିଲ୍ଲା IT କୋଡ଼ିନେଟର  ଏବଂ ଡିଜିଟାଲ ସେକ୍ରେଟାରୀ ଶ୍ରୀ ସୁରେଶ ବାଗ,ଜିଲ୍ଲା ଯୁବ ସାଧାରଣ ସଂପାଦକ ଶ୍ରୀ ନିଲୁ ଝାଙ୍କର ,ଜିଲ୍ଲା ଯୁବ ଉପସଭାପତି ରାହୁଲ ସାହୁ, ଯୁବ ବ୍ଲକ୍ ସଭାପତି ଶ୍ରୀ ପ୍ରକାଶ ପାତ୍ର, ଛାତ୍ର ସାଧାରଣ ସଂପାଦକ ଦେବାନନ୍ ମେହେର, ସୁଜିତ୍ ଗଡତିଆ, ଶ୍ରୀକାନ୍ତ ସେନାପତି, ପିଙ୍କୁ ବେହେରା,ବେଦବ୍ୟାସ ପ୍ରଧାନ, ବିଜୁ ଦାସ, ବୋନିଶ ସୁନା ଏବଂ ଗ୍ରାମର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ରକ୍ତଦାତା ମାନଂକୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମିନକେତନ ଭୋଇ ଓ ବିଜୁ ଯୁବଛାତ୍ର ଜନତା ଦଳ ତରଫରୁ ମିଳିତ ଆୟୋଜନ କରାଯାଇଥିଲା। ଏହି ଶିବିରରେ ସର୍ବମୋଟ ୩୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହି ଅବସରରେ ରକ୍ତଦାତା ତଥା ଆୟୋଜକ ମାନଙ୍କର ଦ୍ୱାରା ଏକ ବୃକ୍ଷରୋପଣ କାର୍ଯକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା । ରାଜ୍ୟ ସରକାରଙ୍କର ମୋ ସରକାର ଓ 5T ମାଧ୍ୟମରେ ସାଧାରଣ ଲୋକଙ୍କର ସମସ୍ୟା କୁ ସାମାଜିକ ଗଣମାଧ୍ୟମ ଦ୍ୱାରା ସରକାରଙ୍କୁ ଜଣାଇବା ସହିତ ସମସ୍ୟା ଗୁଡିକର  ସମାଧାନ ନିମନ୍ତେ ପ୍ରୟାସରତ ଯୁବ ସମାଜସେବୀ ଦୀପାଙ୍କୁ ଜିଲ୍ଲା ବିଜୁ ଯୁବ ଜନତା ଦଳର ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ ଓ ଓଡିଶା ମୋ ପରିବାର ର ସଂଯୋଜକ ଶ୍ରୀ ଗୌରହରି ମିଶ୍ର ସମ୍ମାନିତ କରିଥିଲେ । ଶେଷରେ ବିଜୁ ଯୁବ ଜନତା ଦଳର ଜିଲ୍ଲା ଆଈଟି କୋଡ଼ିନେଟର ଏବଂ ଜିଲ୍ଲା ଡିଜିଟାଲ ସେକ୍ରେଟାରୀ ଶ୍ରୀ ସୁରେଶ ବାଗ ସମସ୍ତ ରକ୍ତଦାତା ଓ ଆୟୋଜକ ମଣ୍ଡଳୀକୁ ଧନ୍ୟବାଦ୍ ଦେଇଥିଲେ।

Leave A Reply

Your email address will not be published.