ଶୁଣିଲାନି ପ୍ରଶାସନ : ସାହାଯ୍ୟ ର ହାତ ବଢେଇଲେ ୟୁଥ ଫର ଆକ୍ସନ ଟିମ ।

0 2

ମାଲକାନଗିରି : ପିଡ଼ିଏସ ସାମଗ୍ରୀର  ସୁଷମ ବଣ୍ଟନ ବ୍ୟବସ୍ଥା ରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ମାଲକାନଗିରି ସଦର ମହକୁମାରେ ।  ସଦର ମହକୁମା ତଳସାହି ର ବାସିନ୍ଦା ଶ୍ରୀମତୀ ଜେମାମଣି ଚିକିଟି ବୟସ ପ୍ରାୟ ୭୦ପାଖାପାଖି  ସ୍ୱାମୀଙ୍କ ବିୟୋଗ ପରେ ଏକାକୀ ରହୁଥିଲେ । କିନ୍ତୁ ବାର୍ଦ୍ଧକ୍ୟ ଯୋଗୁଁ ତଣ୍ଡକି ଗ୍ରାମରେ   ରହୁଥିବା ନିଜ ଝିଅ ଙ୍କ ଘରେ ଦୀର୍ଘ ୪ବର୍ଷ ହେବ ରହି ଆସୁଛନ୍ତି । ନିଜର ଅଧିକାର ମୁତାବକ ବାର୍ଦ୍ଧକ୍ୟ ଭତ୍ତା ଏବଂ ରାସନ ସାମଗ୍ରୀ ପାଇ ଆସୁଥିଲେ କିନ୍ତୁ ବିଗତ ୭ ମାସରୁ ଉର୍ଦ୍ଧ ହେବ ଦେହ ଖରାପ ଯୋଗୁଁ ସେ ରାସନ ବାବଦକୁ ପାଉଥିବା ଚାଉଳ ପାଇପାରୁ ନାହାନ୍ତି । ଭତ୍ତା ଟଙ୍କାକୁ ସେ ନିଜ ଝିଅ ମାଧ୍ୟମରେ ପାଉଥିବା ବେଳେ ଚାଉଳ ପାଇବା ତାଙ୍କ ପାଇଁ ସ୍ୱପ୍ନ ପାଲଟିଛି । ଜେମାମଣି ଙ୍କ ଝିଅ ଙ୍କ କହିବା ଅନୁଯାୟୀ ସେ ତାଙ୍କ ମା ଶଯ୍ୟାଶାୟୀ ଏବଂ ସେ ଠିକରେ ବସ ଉଠ କରିପାରୁ ନାହାନ୍ତି । ସେ କାର୍ଡ ବାବଦରେ ପାଉଥିବ ଚାଉଳର  ବ୍ୟବସ୍ଥା ପାଇଁ ବଣ୍ଟନ କରୁଥିବା ଏସ ଏଚ ଜି ଗ୍ରୁପ କୁ ଅନୁରୋଧ କରିଥିଲେ | କିନ୍ତୁ କିଛିଦିନପରେ ଗ୍ରୁପର ସଦସ୍ୟ ଏମ ଆଇ ମ୍ୟାଡ଼ମ ନିଜେ ନ ଆସିଲେ ଚାଉଳ ମିଳିବ ନାହିଁ ବୋଲି କହିଛନ୍ତି ବୋଲି ପ୍ରକାଶ କରିଥିଲେ । ସେ ହତାଶ ହୋଇ  ଗାଁକୁ ଫେରି ଆସିଥିଲେ । ଅସହାୟ ତଥା ବୃଦ୍ଧଙ୍କ ପାଖରେ ରାସନ କିମ୍ଵା ଭତ୍ତା ଯୋଗାଣ ବ୍ୟବସ୍ଥା ସରକାରଙ୍କ ପକ୍ଷରୁ ରହିଥିବା ବେଳେ ଏଥିରେ ବ୍ୟତିକ୍ରମ ବାବଦରେ ସାଧାରଣରେ ଆଲୋଚନା ହେଉଅଛି । ଯୋଗାଣ ଦାଇତ୍ୱରେ ଥବା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଏମ ଆଇ ଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠୁଛି ? ଏହି ବାବଦରେ ଖବର ପାଇ ୟୁଥ ଫର ଆକ୍ସନ ଟିମର ସଦସ୍ୟ ସଭାପତି ଶ୍ରୀ ବିଜୟ ମହାରଣା ସହ ଵାଲାଜୀ ପୋଡାଲ, ଶ୍ରୀନିବାସ ପାତ୍ର, ହୃଷିକେଶ ମହାରଣା ତଣ୍ଡକି ଗ୍ରାମକୁ ଯାଇ  ବୃଦ୍ଧା ଙ୍କୁ ଭେଟିବାସହ ସମସ୍ତ ଘଟଣା ବୁଝି ପିଡ଼ିଏସ ବାବଦରେ ସାହାଯ୍ୟ କରିବାକୁ ପ୍ରତିଶୃତି ଦେବାସହ ୨୦କିଲୋ ଚାଉଳ,ଆଳୁ,ପିଆଜ,ଵିସ୍କେଟ ଏବଂ ସୋୟାବୀନ ବଡି ପ୍ରଦାନ କରିଥିଲେ | ।

Leave A Reply

Your email address will not be published.