ଗ୍ରାମ୍ୟରାସ୍ତା ପାଇଁ ୧୭ ଖଣ୍ଡ ଗ୍ରାମବାସୀଙ୍କ ଦ୍ଵାରା ଜାତୀୟ ରାଜପଥ ଅବରୋଧ

0 2

ନୂଆଗାଁ/(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ସିମିଳି ସାହି ହାଟ ଦ୍ବାର ଠାରେ ଗ୍ରାମ୍ୟ ରାସ୍ତା ବିବାଦକୁ ନେଇ ୧୭ ଖଣ୍ଡ ଗ୍ରାମବାସୀଙ୍କ ଦ୍ଵାରା ଖୋର୍ଦ୍ଧା – ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା।ସୂଚନା ଅନୁଯାୟୀ ବଳଭଦ୍ରପୁର – ଢ଼ିପା ମାଳ ରାସ୍ତା ନିର୍ମାଣ କାର୍ଯ୍ୟ ନ ହେବା  ନେଇ ଦୀର୍ଘ ମାସ ହେବ ଗୁଡୁ ପାଙ୍ଗି ଏବଂ ୧୭ ଖଣ୍ଡ ଗ୍ରାମ ମଧ୍ୟରେ ବିବାଦ ଲାଗିରହିଥିଲା।ଏପରିକି ବଳଭଦ୍ରପୁର- ଢିପା ମାଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେଲେ ୧୭ ଖଣ୍ଡ ଗ୍ରାମବାସୀ ଉପକୃତ ହେବେ ।କିନ୍ତୁ ଗୁଡୁପାଙ୍ଗି ଗ୍ରାମ ର ଲୋକମାନଙ୍କ ବିରୋଧ ଯୋଗୁଁ  ରାସ୍ତା ନିର୍ମାଣ ହୋଇ ପାରୁନଥିବା ୧୭ ଖଣ୍ଡ ଗ୍ରାମବାସୀ ଅଭିଯୋଗ କରିଥିଲେ।ବହୁବାର ପ୍ରଶା ସନିକ ସ୍ତରରେ  ଆଲୋଚନା ହେବା ପରେ ମଧ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା।ଫଳରେ ୧୭ ଖଣ୍ଡ ଗ୍ରାମ ର ଗ୍ରାମବାସୀ ୫୭ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ।୧୭ ଖଣ୍ଡ ଗ୍ରାମ ର ହଜାର ହଜାର ଲୋକ ଜାତୀୟ ରାଜପଥ ଅବରୋଧ କରିଥିଲେ।ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ୍ ମୃତୟନ କରାଯାଇଥିବା ବେଳେ ଘଟଣା ସ୍ଥଳରେ ନୂଆଗାଁ ତହସିଲଦାର ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ।ରାସ୍ତା ଅବରୋଧ ଦ୍ଵାରା ଯାତାୟାତ ବାଧାପ୍ରାପ୍ତ ହେବା ସହ ଉଭୟ ପାର୍ଶ୍ଵରେ ସହ ସହ ଗାଡ଼ି ମୋଟର ଅଟକିରହିଥିଲା।

 

 

Leave A Reply

Your email address will not be published.