ଭୁବନେଶ୍ୱର (ଶାସକ ପ୍ରଶାସକ ) : ଆଜି ଓକାକ୍ ପକ୍ଷରୁ ଆଇଟି ବୃତ୍ତିଧାରୀଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣ କାର୍ଯ୍ୟକୁ କ୍ରୀଡ଼ା ଓ ଯୁବସେବା, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ତଦାରଖ କରିଛନ୍ତିା ଓକାକ୍ ଟାଓ୍ୱାରଠାରେ ଅନୁଷ୍ଠିତ ଏହି ଟିକାକରଣ କାର୍ଯ୍ୟକ୍ରମରେ ଆଇଟି ବୃତ୍ତିଧାରୀ ଓ କର୍ମଚାରୀମାନେ ସାମିଲ ହୋଇ ଟିକା ନେଇଥିଲୋ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ “ସମସ୍ତେ ଟିକା ନିଅନ୍ତୁ ଏବଂ ସୁସ୍ଥ ରୁହନ୍ତୁ’ ଆହ୍ୱାନକୁ ସଫଳ କରିବା ପାଇଁ ମନ୍ତ୍ରୀ ଶ୍ରୀ ବେହେରା ଏଠାରେ ଉପସ୍ଥିତ ରହି ସମସ୍ତଙ୍କୁ ଟିକା ନେବା ପାଇଁ ଉତ୍ସାହିତ କରିଥିଲୋ ଏଥି ସହିତ ଟିକା ନେଉଥିବା ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ଏବଂ ସରକାରଙ୍କ ପ୍ରଦତ୍ତ ସମସ୍ତ କୋଭିଡ୍ ମାର୍ଗଦର୍ଶିକାର ସଠିକ୍ ଅନୁପାଳନ ପାଇଁ ପରାମର୍ଶ ଦେଇଥିଲୋ ପୂର୍ବରୁ ଓକାକ୍ ପକ୍ଷରୁ ପ୍ରଥମ ଡୋଜ୍ ଟିକାକରଣ ଅନୁଷ୍ଠିତ ହୋଇଥିବାବେଳେ ଆଜି ଦ୍ୱିତୀୟ ଡୋଜ ଟିକାକରଣ ନେଇ ଆଇଟି ବୃତ୍ତିଧାରୀମାନେ ସନ୍ତୋଷ ବ୍ୟକ୍ତ କରିଥିଲୋ ଏହି ଗସ୍ତ ସମୟରେ ଓକାକ୍ ଜେନେରାଲ ମ୍ୟାନେଜର ମଧୁମିତା ରଥ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲୋ
Sign in
Sign in
Recover your password.
A password will be e-mailed to you.