ଫିଫା ଫୁଟବଲ ପଡ଼ିଆ ସହ କଳିଙ୍ଗ ଷ୍ଟାଡିୟମର  ଭିତ୍ତିଭୂମି ତଦାରଖ କଲେ କ୍ରୀଡ଼ାମନ୍ତ୍ରୀ

0 2

ଭୁବନେଶ୍ୱର (ଶାସକ ପ୍ରଶାସକ ):ଫିଫା ୧୭ ବର୍ଷରୁ କମ୍ ମହିଳା ଓ୍ୱାଲର୍ଡ କପ୍-୨୦୨୨ ଲାଗି ରାଜଧାନୀ ଭୁବନେଶ୍ୱରଠାରେ ପ୍ରସ୍ତୁତ ହୋଇଥିବା ୫ଟି ପଡ଼ିଆକୁ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ବୁଲି ଦେଖିଛନ୍ତିା କ୍ରୀଡ଼ା ବିଭାଗ ବରିଷ୍ଠ ଅଧିକାରୀ, ପିଏମୟୁ ଟିମ୍ ଏବଂ ପଡ଼ିଆ ନିର୍ମାଣ ଭାର ନେଇଥିବା ସଂସ୍ଥାର ଅଧିକାରୀମାନଙ୍କ ସହ ମନ୍ତ୍ରୀ ଶ୍ରୀ ବେହେରା ପଡ଼ିଆର ନିର୍ମାଣଶୈଳୀ, ମାନ ତଥା ସ୍ଥାୟିତ୍ୱ ବିଷୟରେ ଆଲୋଚନା କରିଥିଲୋ ନିର୍ମାଣ ହୋଇଥିବା ୫ଟି ପଡ଼ିଆ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ  ୨ଟି, ସପ୍ତମ ବାଟାଲିୟନରେ  ୨ଟି ଏବଂୟୁନିଟ୍-୩ସ୍ଥିତ କ୍ୟାପିଟାଲ୍ ହାଇସ୍କୁଲରେ ଗୋଟିଏ ଅବସ୍ଥିତା 

ଏଥି ସହିତ ମନ୍ତ୍ରୀ ଶ୍ରୀ ବେହେରା ଆଜି କଳିଙ୍ଗ ଷ୍ଟାଡିୟମର  ଭିତ୍ତିଭୂମି ସଂପ୍ରସାରଣ କାର୍ଯ୍ୟର ତଦାରଖ କରିଥିଲୋ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଥିବା ବ୍ୟାଡମିନ୍ଟନ  ହାଇ ପରଫର୍ମାନ୍ସ ସେଣ୍ଟର, ଇଣ୍ଡୋର ଆଥଲେଟିକ୍ ଟ୍ରାକ୍, ଟେନିସ ସେଣ୍ଟର କୋର୍ଟ୍, ଆକ୍ୱାଟିକ୍ କମ୍ପ୍ଲେକ୍ସ, ହକି ହାଇ ପରଫର୍ମାନ୍ସ ସେଣ୍ଟର, ଅଫିସିଆଲ୍ ଓ କର୍ମଚାରୀଙ୍କ ଆବାସସ୍ଥଳୀର ସଂପ୍ରସାରଣ କାର୍ଯ୍ୟକୁ ବୁଲି ଦେଖୀବା ସହ କାର୍ଯ୍ୟଭାର ନେଇଥିବା ସଂସ୍ଥାର କାର୍ଯ୍ୟନିର୍ବାହୀଙ୍କ ସହ କାର୍ଯ୍ୟର ମାନ ଏବଂ ସମୟ ଅବଧି  ସଂପର୍କରେ ଆଲୋଚନା କରିଥିଲୋ ଏହି ଗସ୍ତ ସମୟରେ କ୍ରୀଡ଼ା ବିଭାଗ ଉପଶାସନ ସଚିବ ରଞ୍ଜିତ ପରିଡ଼ା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲୋ

Leave A Reply

Your email address will not be published.