ଭଦ୍ରକବ୍ଲକ୍(ସୀତାକାନ୍ତ ପାଢ଼ୀ):ଭଦ୍ରକ – ପ୍ରତେକ ଦିନ ଚୋରାମଦ ବିକ୍ରି ବଡ଼ିବାରେ ଲାଗିଛି |ଗତକାଲି ବିଳମ୍ବିତ ରାତିରେ ଏକ ବିଶେଷ ସୂତ୍ରରୁ ଖବର ପାଇ ଭଦ୍ରକ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ୍ତ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନିରୀକ୍ଷକ କ୍ଷିତୀଶ ଦାସଙ୍କ ନିର୍ଦେଶ କ୍ରମେ ଏକ ଅବକାରୀ ଟିମ ଗତକାଲି ବିଳମ୍ବିତ ରାତିରେ ଚାନ୍ଦବାଲି ମତୋ ବଜାରରେ ଥିବା ପୁରୁଣା ସରକାରୀ ମଦଦୋକାନ ନିକଟରୁ 220 ଲିଟର ଚୋରା ମଦ ସହ ଦୁଇ ଜଣକୁ ଗିରଫ କରିଥିଲା |220 ଲିଟର ମଦ ମଧ୍ୟରୁ 70 ଲିଟର ବିଦେଶୀ ମଦ ସହ 150 ଲିଟର ଆସ୍କା ଫୋର୍ଟି ମଦ ଜବତ ହୋଇଥିବା ବେଳେ ଦୁଇଜଣ ଅଭିଯୁକ୍ତ ଅମୁଲ୍ୟ ମହାଳିକ ଓ ଅଜୟ ମହାଳିକଙ୍କୁ ଗିରଫ କରାଯାଇଥିଲା |ଅବକାରୀ କେଶ ନମ୍ବର 21/2021-2022 ମୂଳେ ଏକ ମାମଲା ରୁଜ୍ଜୁ କରି ଆଜି କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଅବକାରୀ ନିରୀକ୍ଷକ କ୍ଷିତୀଶ ଦାସ |ସବୁଠାରୁ ବଡ କଥା ହେଉଛି ଗିରଫ ହୋଇଥିବା ଅଭିଯୁକ୍ତ ଅମୁଲ୍ୟ ନାୟକଙ୍କ ନାମରେ ଆଗରୁ ଚୋରା ମଦ ବିକ୍ରି ମାମଲା ଥିବା ସୂଚନା ଦେଇଛି ଅବକାରୀ ବିଭାଗ ଯାହାର case no- 11/2021-2022, ଚୋରା ମଦବିକ୍ରି ଦିନକୁ ଦିନ ବଢୁଥିବା ବେଳେ ବର୍ତ୍ତମାନ କିନ୍ତୁ ଅବକାରୀ ଭଦ୍ରକ ବିଭାଗର ତତ୍ପରତା ଦେଖିବାକୁ ମିଳିଛି |
Sign in
Sign in
Recover your password.
A password will be e-mailed to you.