ନୂଆଦିଲ୍ଲୀ : ଓଡ଼ିଶାର ଜଣେ ମନ୍ତ୍ରୀଙ୍କୁ ନିଜ ମନ୍ତ୍ରୀପରିଷଦରୁ ବିଦାୟ ଦେଇ ଆଉ ଦୁଇ ସାଂସଦଙ୍କୁ ମନ୍ତ୍ରୀ ପଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଓଡ଼ିଆ ଭାବେ କେନ୍ଦ୍ର ସରକାରରେ ନିଜ ଦକ୍ଷତା ପ୍ରତିପାଦିତ କରି ପ୍ରଧାନମନ୍ତ୍ରୀଙ୍କ ଆସ୍ଥା ଅତୁଟ ରଖି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ମନ୍ତ୍ରୀ ପଦ ବଜାୟ ରଖିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଆସ୍ଥା ହରାଇ ଅବା କୌଣସି କାରଣ ସାଙ୍ଗଠନିକ କାରଣ ପାଇଁ ମନ୍ତ୍ରୀପରିଷଦରୁ ବିଦାୟ ନେଇଛନ୍ତି ପ୍ରତାପ ଷଢଙ୍ଗି | ଓଡିଶାରୁ ନିର୍ବାଚିତ ଆଉ ଦୁଇ ସାଂସଦ ବିଶ୍ୱେଶ୍ୱର ଟୁଡୁ(ମୟୁରଭଞ୍ଜ ଲୋକସଭା ସଂସଦ) ଓ ରାଜ୍ୟସଭା ସାଂସଦ ତଥା ପୂର୍ବତନ ଆଇଏଏସ ଅଫିସର ଅଶ୍ୱିନୀ ବୈଷ୍ଣବଙ୍କ ଉପରେ ପ୍ରଧାନମନ୍ତ୍ରୀ ଆସ୍ଥା ପ୍ରକଟ କରିଛନ୍ତି | ପ୍ରତାପଙ୍କ ସମେତ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ସ୍ୱାସ୍ଥ୍ୟ, ଶିକ୍ଷା, ସୂଚନା-ପ୍ରସାରଣ ଆଦି ଗୁରୁତ୍ୱପୁଣ୍ଣ ବିଭାଗର ୧୨ଜଣ ମନ୍ତ୍ରୀ ଆଜି ଇସ୍ତଫା ଦେଇଥିବା ଜଣାପଡିଛି | ଶପଥ ନେବାକୁ ଥିବା ନୂଆ ମନ୍ତ୍ରୀମାନଙ୍କ ୪୩ ଜଣିଆ ତାଲିକାରେ ବିଶ୍ୱେଶ୍ୱର ଓ ଅଶ୍ୱିନୀଙ୍କ ନାମ ରହିଛି ।
Sign in
Sign in
Recover your password.
A password will be e-mailed to you.
Prev Post