ପେଟ୍ରୋଲ, ଡିଜେଲ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧିର ପ୍ରତିବାଦ

0 2

  ରଣପୁର ବ୍ଲକ  ଆଗରେ  କଂଗ୍ରେସର ଗଣଧାରଣା  ଓ ପ୍ରତିବାଦସଭା ।

ରଣପୁର ରୁ ପ୍ରସନ୍ନ କୁମାର ସାମନ୍ତରାୟ : ଅଖିଳ ଭାରତ କଂଗ୍ରେସ କମିଟି ର  ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କ ଆହ୍ୱାନରେ, ସାରା ଭାରତ ରେ କେନ୍ଦ୍ର ଓ ରାଜ୍ୟ  ସରକାର ଙ୍କ  ପେଟ୍ରୋଲ,ଡିଜେଲ,ରନ୍ଧନ ଗ୍ୟାସ, ଖାଇବା ତେଲ,ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଓ ,ଧାନ କୁଇଣ୍ଟାଲ ପ୍ରତି ଏମଏସପି  ସର୍ବାଧିକ ସହାୟକ ମୂଲ୍ୟ 2930 ଟଙ୍କା ବୃଦ୍ଧି କରିବା,ଧାନ କିଣିବା ଟୋକାନର ଅବଧିକୁ ଜୁନ 30 ପରିବର୍ତେ ଜୁଲାଇ  25 ତାରିଖକୁ ବୃଦ୍ଧି କରିବା,ରବି ଋତୁରେ ସମସ୍ତ ଚାଷୀଙ୍କୁ କୀଟ ନାଶକ ଔଷଧ ,ସାର ଏବଂ ରାଜ୍ୟସରକାର କ୍ଷତିସହିଥିବା ଚାଷୀଙ୍କୁ କ୍ଷତିପୂରଣ ଦାବିରେ,ଦୀର୍ଘ  ଦଶ ଦିନଧରି  କଂଗ୍ରେସ ତରଫରୁ ଧାରଣା ଓ ସଚେତନତା ରାଲି ଆଦି ପ୍ରତି ବ୍ଲକ, ଜିଲ୍ଲା ମୁଖ୍ୟାଳୟ  ଜନଗହଳି ପୂର୍ଣ୍ଣ ସ୍ଥାନମାନଙ୍କରେ ହେବାକୁ ଥିଲାବେଳେ ପ୍ରଥମ ଦିନ ରେ  ରଣପୁର ବ୍ଲକ ସମ୍ମୁଖରେ, ବ୍ଲକ କଂଗ୍ରେସ କମିଟି ତରଫରୁ ବ୍ଲକ ସଭାପତି ଦିଲ୍ଲୀପ କୁମାର ଜେନାଙ୍କ ନେତୃତ୍ୱରେ ଏକ ତିନି ଘଣ୍ଟିଆ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି | ଓଡିଶା ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ତଥା ରାଜ୍ୟ ,ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ଯୁବ ଶାଖା ସଭାପତି ସତ୍ୟବ୍ରତ ନାୟକ, ନୟାଗଡ ଜିଲ୍ଲା ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ମିର ଅବୁବକର ସିଦ୍ଧିକ, ଜିଲ୍ଲା କିଷାନ କଂଗ୍ରେସ ସଭାପତି ଧ୍ରୁବଚରଣ ପରିଡା, ଶତ୍ରୁଘନ ପାଇକରାଏ,ଓଡିଶା ଛାତ୍ରକଂଗ୍ରେସ ସମ୍ପାଦକ ଅନିଲ ଛୁଆଳ ସିଂ, ଯୁବ ନେତା ସଞ୍ଜୟ କୁମାର ମହାନ୍ତି, ଅନିଲ ପରିଡା, ବାଳକୃଷ୍ଣ ଷଡ଼ଙ୍ଗୀ, ନିହାର ରଞ୍ଜନ ଦାଶ ପ୍ରମୁଖ  ଶତାଧିକ କଂଗ୍ରେସ କର୍ମୀ ଯୋଗଦାନ କରି  ଶାନ୍ତି ପୂର୍ଣ୍ଣ  ଧାରଣା କୁ ସଫଳ କରିଛନ୍ତି | 

Leave A Reply

Your email address will not be published.