ପାଟଣାଗଡ଼ରେ ଖୋଲିଛି ଅଲିଖିତ ବାର !

0 2

ପାଟଣାଗଡ଼(ଯତୀନ୍ଦ୍ର ନନ୍ଦ ):ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ସଦର ମହକୁମାରେ ଅନେକ ଗୁଡ଼ାଏ ଅଲିଖିତ ବାର ଖୋଲିଛି!ପାନ ଦୋକାନ, ହୋଟେଲ, ଏମିତିକି ଜୁସ ସେଣ୍ଟର ମଧ୍ୟ ବାର ପାଲଟିଯାଇଛି! ସହରର ବିଭିନ୍ନ ଛକ ମାନଙ୍କରେ ଥିବା ଏହିଭଳି ଦୋକାନ ମାନଙ୍କରେ ସନ୍ଧ୍ୟା ହେଲେ ଏହି ଅଲିଖିତ ବାର ଆରମ୍ଭ ହୋଇଯାଉଛି | ସହରର ଥିବା ଅନୁମତି ପ୍ରାପ୍ତ ମଦଦୋକାନ ବିଳମ୍ବିତ ରାତିଯାଏ ଖୋଲା ରୁହେ ନାହିଁ  | ଆଉ ସେହିଠାକୁ ବଡବଡିଆ ଲୋକ ଓ ପଇସାଵାଲା ଲୋକ ଯାଇଥାନ୍ତି | ମାତ୍ର ନିମ୍ନ ଓ ମଧ୍ୟବିତ୍ତ ପରିବାର ଯେଉଁଠି ସୁବିଧା ହେଲା ସେଠାରେ ଯାଇ ମଦ ପିଇଥାନ୍ତି | ଏହାର ଫାଇଦା ଉଠାଇ ସାଧାରଣତଃ  ପାନଦୋକାନ, ଛୋଟ ହୋଟେଲ, ଜୁସ ସେଣ୍ଟର ଓ ଖାଲି ଥିବା ଗଳିକନ୍ଦିରେ ଏବେ ମଦର ଆସର ବଢିଯାଉଛି | ଯଦିଓ ପୋଲିସ ପେଟ୍ରୋଲିଙ୍ଗ କରୁଛି ତେବେ ଏସବୁ କିପରି ତା’ର ନଜରକୁ ଆସିପାରୁନାହିଁ!କାଁ ଭାଁ କେଉଁଠି କେମିତି ଚଢ଼ାଉକାରୀ ଜଣେ ଦୁଇଜଣ ଙ୍କୁ ଗିରଫ କରି ପୁଲିସ ନିଜର କର୍ତ୍ତବ୍ୟ ସାରିଦେଉଥିବା ଲକ୍ଷ କରାଯାଉଛି!ଏହିସବୁ ଦୃଷ୍ଟିରୁ ସହରରେ  ପ୍ଲାଷ୍ଟିକ ଗ୍ଲାସ ପାଣିପାଉଚ ବିକ୍ରି ବୃଦ୍ଧି ପାଇଛି!ଅବକାରୀ ବିଭାଗ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନଥିବା ଦେଖିବାକୁ ମିଳୁଛି!ସହରରେ ଅସଂଖ୍ୟ ଅଲିଖିତ ବାର ଖୁଲମ ଖୁଲା ଚଳୁଥିଲେ ମଧ୍ୟ ରୋକାଯାଉନି! ଏଥିପ୍ରତି ପୁଲିସ ଏବଂ ଅବକାରୀ ବିଭାଗର ଅଣଦେଖା ନୀତିର ମୂଳ କାରଣ ହେଉଛି ଉଭୟ ଅଲିଖିତ ବାର ଦୋକାନୀ ସହ ଏହାଙ୍କର ବୁଝାମଣା  ବୋଲି ଲୋକଙ୍କ ଭିତରେ ଅଭିଯୋଗ ହେଉଛି ! ଅଭିଯୋଗ ସତ୍ୟ ହୋଇଥିଲେ ସାଙ୍ଘାତିକ | ନିତିଦିନ ନିଶା ଶକ୍ତ ଅବସ୍ଥାରେ ଗଣ୍ଡଗୋଳ ହେଉଥିବାର ଖବର ମଧ୍ୟ କିଛି କମ ନୁହେଁ  |  ତେଣୁ ଲୋକଙ୍କ ଏପରି ଅଭିଯୋଗ ଉପରେ ପୋଲିସ ଓ ଅବକାରୀ ବିଭାଗ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ   ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଙ୍କ ମହଲରୁ ମତ ପ୍ରକାଶ ପାଏ | 

Leave A Reply

Your email address will not be published.