ଟିଟିଲାଗଡ଼ , (ଗୌରବ ଦର୍ଜୀ): ଟିଟିଲାଗଡ଼ ଉପକାରାଗାରରେ ଲଭ୍-ସେକ୍ସ- ଧୋକା ପରି ଗୁରୁତର ଅଭିଯୋଗ ଆଣି ସହର ରେ ହଇଚଇ ସୃଷ୍ଟି କରିଥିବା ସପନା ଅଗ୍ରୱାଲ କୁ ପୋଲିସ ପୁଣି ଥରେ ଗିରଫ କରି କୋର୍ଟ ଚାଲାଣ ପରେ ଜେଲ୍ ପଠାଇ ଥିବା ସୂଚନା ରହିଛି । କୋର୍ଟ ର ଆଦେଶ କୁ ଉଲଂଘନ କରିଥିବା ଅଭିଯୋଗ ରେ ପୋଲିସ ସପନା ଅଗ୍ରୱାଲ ଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୋଗ ମତେ ଏହି ଘଟଣାର କିଛି ଦିନ ପରେ ପୁଣି ସପନା ତାଙ୍କ ସ୍ୱାମୀ ରାଜେଶ ଅଗ୍ରୱାଲଙ୍କ ଦୋକାନରେ ଜୋର ଜବରଦସ୍ତି ପଶି ଦୋକାନ ଭିତର ଦେଇ ଘରକୁ ଯିବା କବାଟ ର ତାଲା ଭାଙ୍ଗି ଘର ଭିତରକୁ ଅନଧିକାର ପ୍ରବେଶ କରିଥିଲେ । ଅଶ୍ଲୀଳ ଭାଷାରେ ଗାଲି ଗୁଳଚ କରି ସ୍ୱାମୀ ଓ ନିଜ ସନ୍ତାନ ଦ୍ୱୟଙ୍କୁ ଜୀବନରେ ମାରିଦେବା ଧମକ ଦେବା ଓ ମାରିଦେବା ପାଇଁ ଉଦ୍ୟମ କରିଥିବା ତାଙ୍କ ସ୍ଵାମୀ ଅଭିଯୋଗ କରିଥିଲେ । ତାଙ୍କ ସ୍ୱାମୀ ରାଜେଶଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ସପନା ବିରୁଦ୍ଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରୁଥିବା ବେଳେ କୋର୍ଟ ତାଙ୍କୁ ୪୧ ସିଆରପିସି ଏକ୍ଟରେ ନୋଟିସ ଦେଇ ଛାଡ଼ି ଦେଇଥିଲା । ତେବେ ଗତ ୧୬ ତାରିଖ ବୁଧବାର ପୁଣି ନୋଟିସକୁ ଅବମାନନା କରି ସପନା ସ୍ୱାମୀଙ୍କ ଘରକୁ ଯାଇ ଝଗଡ଼ା କରିଥିବା ତାଙ୍କ ସ୍ଵାମୀ ଅଭିଯୋଗ କରିଛନ୍ତି। ରାଜେଶ୍ ଙ୍କ ଅଭିଯୋଗ ପରେ ପୋଲିସ କୋର୍ଟ ର ଆଦେଶ କୁ ଉଲଂଘନ କରିଥିବା ମାମଲା ରେ ପୁଣି ଥରେ ସପନା କୁ ଗିରଫ କରି କୋର୍ଟ ଚାଲାଣ ପରେ ଜେଲ୍ ହୋଇଥିବା ସୂଚନା ରହିଛି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏଠାରେ ପ୍ରକାଶଯୋଗ୍ୟ ଯେ ଶ୍ରୀମତୀ ଅଗ୍ରୱାଲ ନିଜ ସନ୍ତାନକୁ ତଣ୍ଟି ଚିପି ମାରିଦେବା ଅଭିଯୋଗରେ ଗତ ୨୦୨୦ ରେ କୋର୍ଟ ଚାଲାଣ ହୋଇ ପ୍ରାୟ ୫୦ ଦିନ ଜେଲରେ ରହିଥିଲେ । ଜେଲରୁ ଜାମିନରେ ବାହାରିବା ପରେ ସେ ଗତ ଫେବୃଆରୀ ୬ ତାରିଖରେ ଜେଲ ଭିତରେ ଜଣେ ପୁରୁଷ ଅନ୍ତେବାସୀ ତୀର୍ଥଙ୍କର ପଟେଲ (ପପୁ) ତାଙ୍କୁ ବିବାହର ପ୍ରଲୋଭନ ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ତଥା ଉପକାରାଗାରୁ ଜାମିନରୁ ଆସିବା ପରେ ସପନା ପପୁକୁ ସାକ୍ଷାତ କରିବାକୁ ଯାଇଥିବା ବେଳେ ପପୁ ତାକୁ ଚିହ୍ନି ନାହିଁ ବୋଲି କହିବା ସପନା ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିବା ଚର୍ଚ୍ଚା ର ବିଷୟ ପାଲଟିଥିଲା । ଏସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜେଲ ଭିତରେ ଅନ୍ତେବାସୀ କେତେ ସୁରକ୍ଷିତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହି ମାମଲାରେ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ନିର୍ଦ୍ଦେଶ ରେ ସମ୍ବଲପୁର ଡିଆଜି ରାଜକୁମାର ସାହୁ ଗତ ଫେବୃଆରୀ ୯ ତାରିଖରେ ଟିଟିଲାଗଡ଼ରେ ଡେରା ପକାଇ ତଦନ୍ତ କରିଥିଲେ । ପରେ ୧୬ ତାରିଖରେ ସମ୍ବଲପୁରର ବରିଷ୍ଠ ଜେଲ ଅଧିକ୍ଷକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ଉପକାରାଗାରର ୨ଜଣ ଅଧିକାରୀଙ୍କ ସମେତ ୮ଜଣଙ୍କୁ ଅନ୍ୟତ୍ର ବଦଲି କରିଥିଲେ । ଅନ୍ୟପଟେ ଅଭିଯୋଗକାରୀ ମହିଳାଙ୍କ ଡାକ୍ତରୀ ମାଇନା ରିପୋର୍ଟରେ ନେଗେଟିଭ ଆସିବା ପରେ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗରେ ସତ୍ୟତା ନଥିବା ପ୍ରମାଣିତ ହୋଇଥିଲା । ପୁଣି ସପନା ଜେଲକୁ ଆସିବାରୁ ଜେଲ କତ୍ତୃପକ୍ଷଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି । ସପନାକୁ ଅନ୍ୟ ଜେଲକୁ ସ୍ଥାନାନ୍ତରିତ କରିବା ପାଇଁ ତଳ ସ୍ତର ରୁ ଉପର ସ୍ତର ପର୍ଯ୍ୟନ୍ତ ପ୍ରସ୍ତୁତି ଚଲାଇଥିବା ଜଣାଯାଇଛି ।
Sign in
Sign in
Recover your password.
A password will be e-mailed to you.