ପୋଲସରା(ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଚିରିକିପଡା ଶାସନ ପଞ୍ଚାୟତ ଅଙ୍ଗନବାଡି କେନ୍ଦ୍ର ତିନିରେ ସ୍ବାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଇଥିବା ନିସ୍ପତି ପ୍ରକାରରେ କରୋନାର ତୃତୀୟ ଲହର କୁ ଦୃଷ୍ଟିରେ ରଖି ଆଜି ଶିଶୁ ପ୍ରକଳ୍ପ ଅଧିକାରୀଣୀ ଙ୍କ ନିର୍ଦ୍ଦେଶ କୁ ମାନି ଚିରିକିପଡା ଶାସନ ଗ୍ରାମର ଅଙ୍ଗନବାଡି କେନ୍ଦ୍ର ତିନିର ଶିଶୁ ମାନଙ୍କ ଅମ୍ଳଜାନ ସ୍ତର ଯାଞ୍ଚ ଆରମ୍ଭ ହୋଇଥିବା ଜଣାପଡିଛି । ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ୬୮ ଜଣଙ୍କ ଘରକୁ ଘର ଯାଇ ଜନ୍ମ ରୁ 18 ବର୍ଷ ପର୍ଯ୍ୟନ୍ତ ଶିଶୁ ବାଳକ ବାଳିକା ମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଆରମ୍ଭ କରିଥିଲେ । ଏହି ଯାଞ୍ଚ କାର୍ଯ୍ୟରେ ଅଙ୍ଗନବାଡି କର୍ମୀ ସୁଚିତ୍ରା କୁମାରୀ ସାହୁ, ଆଶା ଦିଦ ସାବିତ୍ରୀ ସାହୁ ଓ ଅଙ୍ଗନବାଡି ସହାୟିକା ସଂଞ୍ଜୁକ୍ତା ନାହାକ ସାମିଲ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post