“ମାମୁନୀର ପରୀକ୍ଷା ” କବିତା ସଂକଳନ ଶୁଭ ଉନ୍ମୋଚନ ଓ ଲୋକାର୍ପଣ ହୋଇ ଯାଇଛ

15

ବାଲେଶ୍ୱର ଜିଲ୍ଲା01/11/26ରିଖ: ରବିବାର ଖଇରା ବ୍ଲକ କୁରୁଣିଆ ଧୋବାଗଢିଆ ଛକ ଠାରେ ଅପରାହ୍ନ 4ଘଟିକା ସମୟରେ କବି ବସନ୍ତ କୁମାର ଦାସଙ୍କ କବିତା ସଂକଳନ ଉନ୍ମୋଚିତ ହୋଇ ଲୋକାର୍ପଣ ହୋଇଛି !ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରେ ପୁଷ୍ପାର୍ଘ୍ୟ ଅର୍ପଣପରେ ନୃତ୍ୟ ପରିବେଷଣ ହୋଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା !ଉକ୍ତ ସଭାରେ ସଭାପତି-ନାରାୟଣ ପେଡା, ମୂଖ୍ୟ ବକ୍ତା ବିଶିଷ୍ଟ ପାଲା ଗାୟକ ହରିହର ପାଣିଗ୍ରାହୀ, ମୂଖ୍ୟ ଅତିଥି ଅଭୟ କୁମାର ମହାନ୍ତି, ଓସ୍ତାର ପ୍ରାକ୍ତନ ସଭାପତି ଭରତ ଚନ୍ଦ୍ର ଦାସ, ଶତ୍ରୁଘ୍ନ ଦାସ,ଅଧ୍ୟାପକ ପ୍ରଶାନ୍ତ କୁମାର ମହନ୍ତ ପ୍ରମୁଖ ଉପସ୍ଥିତ ରହି କବି ବସନ୍ତ ଦାସଙ୍କ କବିତା ସଂକଳନ ମାମୁନୀର ପରୀକ୍ଷା କବିତା ସଂକଳନ ଉନ୍ମୋଚନ କରିଥିଲେ !ମାମୁନୀର ପରୀକ୍ଷା କବିତାରେ ପରୀକ୍ଷା ପରେ ମାମୁନି ଜଣେ କେଉଁ ଅଫିସର ପଦବିରେ ରହିବ ତାହା ସମୟ କହିବ ! ଜଗତରନାଥ ଜଗନ୍ନାଥ ସେଥିପାଇଁ ବସନ୍ତକୁ ବସନ୍ତ ଋତୁପରି ଆଗକୁ ଯିବାପାଇଁ ଆଶୀର୍ବାଦ କରନ୍ତୁ ଓ ତାଙ୍କ କବିତା ସଂକଳନ ଆଗକୁ ଆଗକୁ ବଢ଼ି ବଢୁଥାଉ ବୋଲି ଵକ୍ତା ମାନେ ବକ୍ତବ୍ୟ ରଖି ଥିଲେ !

Leave A Reply

Your email address will not be published.