ମୁହାଁ ମୁହିଁ କାର ଧକ୍କା :  ୩ ଗୁରୁତର

0

ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଉପକଣ୍ଠ ସିନଖମନ ନିକଟରେ  ଦୁର୍ଘଟଣା ଘଟି  ୩ ଗୁରୁତର ଆଗତ ଯୋଇଛନ୍ତି ।ଆଜି ସକାଳ ସାଢେ଼ ଆଠଟା ସମୟରେ ଦୁଇଟି କାର ସାମ୍ନା ସାମ୍ନୀ ଧକ୍କା ହୋଇଛି।  ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ କାରରେ ବସି  ବଲାଙ୍ଗିରର ଦୁଇ ଜଣ ଟିଟିଲାଗଡ ଅଭିମୁଖେ ଯାଉଥିଲେ। ହେଲେ ବିପରୀତ ଦିଗରୁ ଭବାନୀପାଟଣାରୁ ଆସୁଥିବା ଅନ୍ୟ ଏକ କାର ସହ ସିନଖମନଠାରେ ସାମ୍ନା ସାମନୀ ଧକ୍କା ହୋଇଥିଲା। ତେବେ ଧକ୍କା ଏତେ ଜୋର୍ ହୋଇଥିଲା ଯେ ଉଭୟ ଗାଡ଼ିର ସାମ୍ନା ପଟଚୁରମାର ହୋଇ ଯାଇଥିବାବେଳେ ଉଭୟ ଗାଡ଼ିର ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।ଅନ୍ୟପଟେ ଖବର ପାଇ ବଲାଙ୍ଗୀର ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛନ୍ତି।ଏବଂ ୧୦୮ ଆମ୍ବୁଲାନ୍ସରେ ୨ ଜଣକୁ ବଲାଙ୍ଗିର ମେଡ଼ିକାଲକୁ ପଠାଇ ଥିବା ବେଳେ  ଗୁରୁତର ଅନ୍ୟ ଜଣେ ବ୍ୟକ୍ତିକୁ ଅଗ୍ନିଶମ ଗାଡ଼ିରେ ଲଦି ଭୀମଭୋଇ ମେଡିକାଲରେ ଭର୍ତି କରିଛନ୍ତି ଅଗ୍ନିଶମ କର୍ମଚାରୀ। ସୂଚନା ଅନୁସାରେ ୩ ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ରହିଛି।

Leave A Reply

Your email address will not be published.