ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ୨୦୦ ରୁ ଉର୍ଦ୍ଧ୍ବ  ନେତା ଓ କର୍ମୀ

0

ପାରଳାଖେମୁଣ୍ଡି ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ମାଛମରା ପଞ୍ଚାୟତ ରାଜପୁର ଗ୍ରାମର ୨୦୦ ରୁ ଉର୍ଦ୍ଧ୍ବ ବିଜେଡି ନେତା ଓ କର୍ମୀ ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ଆସି ବିଜେପି ଦଳରେ ଯୋଗ ଦେଇଥିଲେ। 

ବିଜେଡି ଜିଲ୍ଲା ସଂପାଦକ ତଥା ରାଜପୁର ଗ୍ରାମର ୱାର୍ଡ ମେମ୍ବର ଜଗନ୍ନାଥ ପରିଡ଼ାଙ୍କ ନେତୃତ୍ଵରେ ସେହି ଗ୍ରାମର ଅଭିମନ୍ୟୁ ସାମଲ, ହରିଶ୍ଚନ୍ଦ୍ର ପରିଡ଼ା , ଦାମୋଦର ପ୍ରଧାନ , ଭୁବନୀ ପ୍ରଧାନ , ରାଜେଶ୍ ପରିଡ଼ା, ପି. ଶ୍ରୀନୁ ଓ ଅନ୍ୟାନ୍ୟ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ବିଜେଡି ଦଳରୁ ବିଜେପିରେ ଯୋଗ ଦେଇଥିଲେ । 

ଜିଲ୍ଲା ବିଜେପି ସଭାପତି ତଥା ବିଧାୟକ କେ. ନାରାୟଣ ରାଓ  ସେମାନଙ୍କୁ ଉତ୍ତରୀୟ ଦେଇ ସ୍ବାଗତ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦଳ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଧର ନାଇଡ଼ୁ , ପୂର୍ବତନ ଜିଲ୍ଲା ପରିଷଦ ସଭାପତି ପି. ଲତା , ପୂର୍ବତନ ଗୋଷାଣୀ ବ୍ଲକ ଅଧ୍ୟକ୍ଷା ଜେ.ଭାରତୀ , ପୂର୍ବତନ ନଗରପାଳ ତଥା ଦଳ ସଂପାଦକ ନୃସିଂହ ଚରଣ ପଟ୍ଟନାୟକ , କାଶୀନଗର ବ୍ଲକ ଅଧ୍ୟକ୍ଷ ସି ଏଚ୍. ସିମାଦ୍ରି , ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ଜେନା , ପି. କିରଣ , ପିନଣ୍ଟୀ କ୍ରାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। 

ବିଧାୟକଙ୍କ କାର୍ଯରେ ଆକୃଷ୍ଟ ହୋଇ ଦଳରେ ଯୋଗ ଦେଇଥିବା କହିଛନ୍ତି ଜଗନ୍ନାଥ ପରିଡ଼ା। ଦଳରେ ଏମାନଙ୍କ ଯୋଗଦାନ ଆଗାମୀ ଦିନରେ ଗୋଷାଣୀ ବ୍ଲକରେ ତଥା ଜିଲ୍ଲାରେ ଦଳକୁ ଅଧିକ ସୁଦୃଢ଼ କରିବ ବୋଲି ବିଧାୟକ ଶ୍ରୀ ରାଓ କହିଛନ୍ତି।

 

Leave A Reply

Your email address will not be published.