ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର ସାବିତ୍ରୀ ଅମାବାସ୍ୟା ଦିନ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଯୁବ କଂଗ୍ରେସର ଜଣେ ସକ୍ରିୟ ସଦସ୍ୟ ଗୌତମ ପଣ୍ଡା (ବାପି ପଣ୍ଡା)ଙ୍କ ପରଲୋକ ହୋଇଯାଇଛି। ସେ ଛାତ୍ର ସମୟରେ କଂଗ୍ରେସ ଦଳପ୍ରତି ଛାମୁଆଁ ହିସାବରେ କାର୍ଯ୍ୟ ନିର୍ବାହୀ କରୁଥିଲେ। ପାରଳାଖେମୁଣ୍ଡି ପୌରପରିଷଦର ୱାର୍ଡ ନମ୍ବର ୧୦ ଓ ୧୧ରେ ଆଗଧାଡିର କାର୍ଯ୍ୟ କରିଥିଲେ। ହଠାତ୍ ତାଙ୍କର ଦେହ ଖରାପ ହେବା ଯୋଗୁଁ ବିଶାଖାପାଟଣା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। “ତାଙ୍କର ଏହି ଅକାଳ ବିୟୋଗରେ ଆମ୍ଭେମାନେ ମର୍ମାହତ ହୋଇ ପଡିଛୁ। ଫଳରେ ଜଣେ ଯୁବ ନେତୃତ୍ବକୁ ହରାଇଛୁ। ଆଜିର ଏହି ଦୁଃଖରେ ସ୍ୱର୍ଗୀୟ ବାପି ପଣ୍ଡାଙ୍କୁ ଉକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଅମର ଆତ୍ମା ର ସତ୍ ଗତି ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ।” ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି | ଏହି ଅବସରରେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଦାଶରଥି ଗମାଙ୍ଗ, ସାଂସଦ ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡୁ , ବସନ୍ତ କୁମାର ପଣ୍ଡା , ବିଭୁତି ଭୁଷଣ ପାତ୍ର , ଜୟମହୋନ ରାଓ , ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର , ସଂଗ୍ରାମ ସାହୁ , ବାବୁଲି ପାଢି , ମୋନଜ ସାହୁ , ସଂଜୟ ଅଧିକାରୀ , ଅତି ନିଜର ରାଜା ପାତ୍ର , ସନ୍ତୋଷ ପାଣିଗ୍ରାହୀ, ବିଷ୍ଣୁ ପାଢି , ଗୋବିନ୍ଦ ପାଢି , କେ. ରାମସ୍ୱାମୀ , ଭାର୍ଗବ, ଖଗ, ରମେଶ, ତ୍ରିପତି ପାତ୍ର , ଗରୁଡ଼ ଧ୍ୱଜ ଚୈଧୁରୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.