ଗଜପତି ଜିଲ୍ଲା ମୋହନା ବ୍ଳକରେ ଓଡିଶା ମୋ ପରିବାର ପକ୍ଷରୁ ” ଜୀବନ ବିନ୍ଦୁ ” କାର୍ଯ୍ୟକ୍ରମ: ୪୪ ୟୁନିଟ୍ ରକ୍ତ ସଂଗ୍ରହ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଳକର ସଦର ମହକୁମା ମୋହନା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ  ଓଡିଶା ମୋ ପରିବାର ପକ୍ଷରୁ ” ଜୀବନ ବିନ୍ଦୁ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ରକ୍ତଦାନ ଶିବିରରେ ୪୪ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। 

ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗ ଦେଇ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ପ୍ରୋଦୋଷ ପରିଡ଼ା , ଜୋନ ବିଜୁ ଛାତ୍ର ଜନତା ଦଳର ସଭାପତି ଜ୍ୟୋତି ରଞ୍ଜନ ସାହୁ , ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ , ମାରୁତି ପାଳ , ଇନ୍ଦିରା ପଟ୍ଟନାୟକ , ଅନ୍ତର୍ଯ୍ୟାମୀ ଗମାଙ୍ଗ , ଛାତ୍ର ବିଜେଡ଼ି ସଭାପତି ବିଶ୍ୱଜିତ ତ୍ରିପାଠୀ ଉପସ୍ଥିତ ଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ କୁ ବିଜେଡ଼ି ଯୁବ ନେତା ସୁଜିତ ଦାସ ପରିଚାଳନା କରିଥିଲେ।

Leave A Reply

Your email address will not be published.