କଫ ସିରଫ ଓ ନିଶା ଔଷଧ ଜବତ ୧ ଗିରଫ।

0 1

ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ସୀମାନ୍ତ ଗାଁ ମାନଙ୍କରେ ବେଆଇନ ଭାବେ ଲକଡାଉନର ସୁଯୋଗ ନେଇ ମଦ ମାଫିଆ ମାନେ ମଦ କାରବାର କରୁଛନ୍ତି ଖବର ପାଇ ଜଗଦଲପୁର ଥାନା ଅଧିକାରୀ ବିରବର ଭଗତ ଙ୍କ ନେତୃତ୍ୱ ରେ ପୋଲିସ ନୂଆପଡା ଗ୍ରାମରେ ଛତିଶଗଡ଼ ଅଞ୍ଚଳର ଧର୍ମାନନ୍ଦ ଷାଣ୍ଡ ନାମକ ଏକ ବ୍ୟକ୍ତି ଙ୍କୁ କଫସିରଫ ,ନିଶା ବଟିକା ,୨୦ଲିଟର ମଦ ଓ କିଛି ପରିମାଣ ରେ ଡିସପୋଜଳ ଗ୍ଲାସ ନଗଦ ୬୦୦ଟଙ୍କା ଜବତ କରିଛନ୍ତି ।ଏ ନେଇ ପୋଲିସ କେସ ନଂ୫୧/୨୧ ଦଫା ୨୭୪/୨୭୫ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି।ତେବେ ଅଞ୍ଚଳ ରେ ଅନ୍ୟମାନେ ମଧ୍ୟ ଚୋରା ମଦ ବେପାର କରି ଗିରଫ ହୋଇଥିବା ନଜିର ରହିଛି। ଅଞ୍ଚଳରେ ମଦ ବେପାରୀ ମାନଙ୍କ ମଧ୍ୟରେ କକୁଆ ଭୟ ସୃଷ୍ଟି କରିଛି।ଆଗକୁ ଆହୁରି ମଦ ଧର ପକଡ ଜାରି ରହିବ ବୋଲି ଥାନା ଅଧିକାରୀ ଶ୍ରୀ ଭଗତ ଗଣ ମାଧ୍ୟମ କୁ କହିଛନ୍ତି।

Leave A Reply

Your email address will not be published.