“ୱାନ ଡିଷ୍ଟ୍ରିକ୍ଟ – ୱାନ କୋଭିଡ୍-୧୯ ହେଲ୍ପ ଡେସ୍କ” ଆଧାରରେ ସମଗ୍ର ଦେଶରେ କୃଷକ ମୋର୍ଚ୍ଚାର ୮୨୪ଟି ହେଲ୍ପ ଡେସ୍କର ଶୁଭାରମ୍ଭ

0

କରୋନା ସଂକ୍ରମଣକୁ ପ୍ରତିହିତ କରିବା ପାଇଁ କୃଷକ ମୋର୍ଚ୍ଚାର ଅଗଣିତ କାର୍ଯ୍ୟକର୍ତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ : ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା

ଭୂବନେଶ୍ୱର : କରୋନା ସଂକ୍ରମଣ ୨ୟ ଲହରରେ ଦେଶର ଗ୍ରାମାଂଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି । ଗ୍ରାମାଂଚଳରେ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଂଟକୁ ଗୁରତ୍ୱ ଦେବା ସହ ସଚେତନତା ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଭାରତୀୟ ଜନତା ପାର୍ଟୀର କାର୍ଯ୍ୟକର୍ତାମାନେ ନିରନ୍ତର ଭାବେ ସେବା କାର୍ଯ୍ୟ ଜାରୀ ରଖିଛନ୍ତି । ‘ସେବା ହିଁ ସଂଗଠନ’ ଏବଂ ‘ମୋ ବୁଥ୍ – କରୋନା ମୁକ୍ତ୍’ କାର୍ଯ୍ୟକ୍ରମ ଜରିଆରେ ପାର୍ଟୀର କାର୍ଯ୍ୟକର୍ତାମାନେ ନିଜ ନିଜ ଅଂଚଳରେ ନିଷ୍ଠାର ସହ ସେବା କାର୍ଯ୍ୟ କରୁଛନ୍ତି । ଏହି କ୍ରମରେ ଆଜି ବିଜେପି କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସ୍ତରରେ ଆଉ ଏକ ପାଦ ଆଗେଇ ଆସି “ୱାନ ଡିଷ୍ଟ୍୍ରକ୍ଟ – ୱାନ କୋଭିଡ୍-୧୯ ହେଲ୍ପ ଡେସ୍କ” ଆଧାରରେ ଦେଶର ସମସ୍ତ ଜିଲ୍ଲାସ୍ତରରେ ୮୨୪ଟି ହେଲ୍ପ ଡେସ୍କ ଆରମ୍ଭ କରିଛି । ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା ଆଜି ଭର୍ଚୁଆଲ ମୋଡରେ ସମସ୍ତ ହେଲ୍ପ ଡେସ୍କକୁ ଉଦଘାଟନ କରିଛନ୍ତି । ଏହି ହେଲ୍ପ ଡେସ୍କ ଜରିଆରେ କରୋନା ଭୁତାଣୁ ସଂପର୍କରେ ସଚେତନତା ସୃଷ୍ଟି କରାଯିବା ସହ ଏହି ସଂକ୍ରମଣକୁ ପ୍ରତିହିତ କରିବା ପାଇଂ ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଂଟ ଆଦି ପ୍ରସଙ୍ଗରେ ଜନଜାଗରଣ କରାଯିବ । ଏଥି ସହ କରୋନା ସଂକ୍ରମିତଙ୍କ ସକାଶେ ଆମ୍ବୁଲାନ୍ସ, ଅକ୍ସିଜେନ, ମେଡିକାଲ ସେବା ଯୋଗାଇ ଦେବା  ସହ କୋଭିଡ୍ ଟୀକାକରଣ ପାଇଁ  ହେଲ୍ପ ଡେସ୍କ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବ ।

କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ରାମ କୁମାର ଚହରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ପ୍ରଭାରୀ ଶ୍ରୀ ଭୁପିନ୍ଦର ଯାଦବ, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶମ୍ଭୁ କୁମାରଙ୍କ ସମେତ ମୋର୍ଚ୍ଚାର ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ, ରାଜ୍ୟ ସଭାପତି, ରାଜ୍ୟ ପଦାଧିକାରୀଗଣ, ଜିଲ୍ଲା ସଭାପତିମାନେ ଉପସ୍ଥିତ ଥିଲେ । ଓଡିଶା ପ୍ରଦେଶ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ସମେତ କୃଷକ ମୋର୍ଚ୍ଚାର ସମସ୍ତ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତିମାନେ ମଧ୍ୟ ସାମିଲ ହୋଇଥିଲେ ।

ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା କହିଛନ୍ତି ଯେ, ଗ୍ରାମାଂଚଳରେ କରୋନା ସଂକ୍ରମଣକୁ ପ୍ରତିହିତ କରିବା ପାଇଁ କୃଷକ ମୋର୍ଚ୍ଚାର ଅଗଣିତ କାର୍ଯ୍ୟକର୍ତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କରୋନା ବିରୁଦ୍ଧ ଲଢେଇରେ ଆମେ ନିଶ୍ଚିତ ଭାବେ ବିଜୟୀ ହେବୁ । ବିଶ୍ୱର ସର୍ବବୃହତ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି । ଆଗାମୀ ଦିନରେ ଯଥାଶୀଘ୍ର ସମସ୍ତ ଦେଶବାସିଙ୍କୁ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରତିଶୃତିବଦ୍ଧ । ପ୍ରଦାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଆହ୍ୱାନକ୍ରମେ ଆମେ ସମସ୍ତେ ଏକାଠି ହୋଇ ଏହି ଲଢେଇରେ ସାମିଲ ହୋଇ କରୋନାକୁ ପରାଜିତ କରିବା ବୋଲି ଶ୍ରୀ ନଡ୍ଡା ଦୃଢୋକ୍ତି ପ୍ରକାଶ କରିଛନ୍ତି । 

ଏଭଳି ଗୁରୁଦାୟୀତ୍ୱକୁ କୃଷକ ମୋର୍ଚ୍ଚା ନିଷ୍ଠାର ସହ ପାଳନ କରିବା ସହ ଗ୍ରାମାଂଚଳରେ ସଚେତନତା ଏବଂ ସଂକ୍ରମିତଙ୍କୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ ପାଇଁ ଆପ୍ରାଣ ଉଦ୍ୟମ କରିବ ବୋଲି କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ରାମ କୁମାର ଚହର ପ୍ରତିଶୃତି ଦେଇଛନ୍ତି । ଭାରତୀୟ ଜନତା ପାର୍ଟୀ ଏହି ଦାୟୀତ୍ୱ କୃଷକ ମୋର୍ଚ୍ଚାକୁ ପ୍ରଦାନ କରିଥିବାରୁ ଶ୍ରୀ ଚହର ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଓଡିଶା ପ୍ରଦେଶର ସମସ୍ତ ୩୬ଟି ସାଂଗଠନିକ ଜିଲ୍ଲାରେ ମୋର୍ଚ୍ଚା ତରଫରୁ ହେଲ୍ପ ଡେସ୍କ ଖୋଲାଯାଇଛି । ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଜିଲ୍ଲା ସମେତ ସମସ୍ତ ସିଏଚସି / ପିଏଚସି / କୋଭିଡ୍ ଡାକ୍ତରଖାନାରେ ସଂକ୍ରମିତ ଏବଂ ତାଙ୍କ ସଂପର୍କିୟମାନଙ୍କୁ ସହଯୋଗ ଏବଂ ସହାୟତା ପ୍ରଦାନ କରିବେ । ଏଥି ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ସମାପ୍ତ ହୋଇସାରିଛି ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ସୁଚନା ଦେଇଛନ୍ତି ।

 

Leave A Reply

Your email address will not be published.