ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) : ବୁଗୁଡା ବିଜୁ ଜନତା ଦଳ ପକ୍ଷରୁ ମଇ ୨୧ ତାରିଖ ଠାରୁ କୋଭିଡ କଟକଣା ଲାଗି ରହିଥିବା ପର୍ଯ୍ୟନ୍ତ ଅସହାୟ ଓ ଗରିବ ବ୍ୟକ୍ତିମାନଙ୍କୁ ମାଗଣା ରାନ୍ଧଖାଦ୍ୟ ଯୋଗାଇ ଦେବା କାର୍ଯ୍ୟକ୍ରମକୁ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ଵାରା ଶୁଭାରମ୍ଭ ହୋଇଯାଇଛି। ବୁଗୁଡା ସହରର ମଦନ ମୋହନ ଛକ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ କୋଭିଡ କଟକଣା ଲାଗୁ ରହି ଥିବା ପର୍ଯ୍ୟନ୍ତ ପ୍ରତିଦିନ ଗରିବ ଓ ଅସହାୟ ବ୍ୟକ୍ତିଙ୍କୁ ମାଗଣାରେ ରାନ୍ଧଖାଦ୍ୟ ବଣ୍ଟନ କରା ଯିବ ବୋଲି ବିଧାୟକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ ନଗର ବିଜୁ ଜନତା ଦଳ ପକ୍ଷରୁ ବିଧାୟକଙ୍କ ପ୍ରତିନିଧି କେ.ତ୍ରିଲୋଚନ ଦୋରା, ବୁଗୁଡା ଏନଏସିର ପୂର୍ବତନ ଉପନଗରପାଳ ଚିତ୍ରସେନ ପ୍ରଧାନ, ଆଡଭୋକେଟ ରବୀନ୍ଦ୍ର କୁମାର ପଣ୍ଡା, କେଶବ ଚନ୍ଦ୍ର ସାହୁ, ଦିଲେଶ୍ବର ପାତ୍ର, ଏ.ଚନ୍ଦନ ଚର୍ଚ୍ଚିତ ପାତ୍ର, ସୁନୀଲ କୁମାର ପାତ୍ର, ରମଣ ନାହାକ, ଅମରେନ୍ଦ୍ର ସେନାପତି, ବଳିଆ ଜେନା ଓ ଶୀତାଂସୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ମାଗଣା ରାନ୍ଧଖାଦ୍ୟ ବଣ୍ଟନରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.