କରୋନା ଯୁଦ୍ଧରେ ହାରିଗଲେ ଅପରାଜିତା

0

ସମସ୍ତଙ୍କୁ ସେବା ବାଣ୍ଟୁଥିଲେ, ନିଜେ କରୋନାର ଶିକାର ହେଲେ

ବାରିପଦା,(ଦିଲ୍ଲୀପ ମହାନ୍ତି) – ସମସ୍ତଙ୍କୁ ସେବା ବାଣ୍ଟୁଥିଲେ। ମାତ୍ର ନିଜେ ମହାମାରୀ ର ଶିକାର ହୋଇଗଲେ। ମୟୂରଭଞ୍ଜ ଜିଲ୍ଲାର ବାରିପଦା ଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲର ଅସ୍ଥାୟୀ ସ୍ୱାସ୍ଥ୍ୟ କର୍ମଚାରୀ ଭାବେ କାର୍ଯ୍ୟରତ ଅପରାଜିତା ବେହେରାଙ୍କ କରୋନା ରେ ପରଲୋକ ହୋଇଯାଇଛି। କୋଭିଡ ଯୋଦ୍ଧା କୁହାଯାଉଥିବା ଅପରାଜିତା କରୋନାରେ ସଂକ୍ରମିତ ହୋଇ ହୋମ୍ ଆଇସୋଲେସନ ରେ ରହି ଚିକିତ୍ସିତ ହେଉଥିଲେ । ତେବେ ଅପରାହ୍ନ ରେ ତାଙ୍କର ଶରୀର ବେଶୀ ଅସୁସ୍ଥ ହେବାରୁ ତାଙ୍କୁ ବାଙ୍କିଶୋଳ କୋଭିଡ ହସ୍ପିଟାଲ ସ୍ଥାନାନ୍ତର ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଜଣାଯାଇଛି । ତେବେ ଏହି କରୋନା ଯୋଦ୍ଧାଙ୍କ ମୃତ୍ୟୁରେ ବହୁ ସ୍ୟାସ୍ଥ୍ୟ ବିଭାଗୀୟ ଅଧିକାରୀ ତାଙ୍କୁ ଶ୍ରଦ୍ଦାଞ୍ଜଳି ଅର୍ପଣ କରିବା ସହିତ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.