ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ): ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଞ୍ଚଳରେ ଅନେକ ମାମଲା ଦିନକୁ ଦିନ ବୃଦ୍ଧି ପାଉଛି। ଅଭିଯୋଗ ମଧ୍ୟ ବଢି ଚାଲିଛି ହେଲେ ଥାନାରେ ଥାନାବାବୁ ନ୍ୟାୟ ଦେବାରେ ଅକ୍ଷମ। ଅନେକ ଘଟଣା ଏଠାରେ ଘଟୁଥିଲେ ହେଁ ପୁଲିସ ମାମଲା ସମାଧାନ କରିବାରେ ଫେଲ ମାରୁଛି ! ଫଳରେ ସ୍ଥାନୀୟ ଲୋକେ ଅସନ୍ତୋଷ ହୋଇ ନ୍ୟାୟ ନପାଇ ଏସପିଙ୍କ ଦ୍ବାରସ୍ଥ ହେଉଛନ୍ତି । ଧୁଷୁରୀ ଥାନାଧିକାରୀ ଥିଲେ ମଧ୍ୟ ସେଠି ଅନ୍ୟଜଣେ ପୁଲିସ ବାବୁ ଏବେ ପାୱlରଫୁଲ, ଥାନବାବୁ ସବୁବେଳେ ଛୁଟିରେ ଥାନ୍ତି। ଆମେ ଅନେକ ଥର ଯୋଗାଯୋଗ ପାଇଁ ଫୋନ କଲେ ଶୁଣିବାକୁ ମିଳେ ମୁଁ ଛୁଟିରେ ଅଛି। ସେଠି ଜଣେ ନାୟକ ବାବୁ ଏବେ ସବୁକିଛି ବୁଝୁଥିବା ଘଟଣା ଚର୍ଚ୍ଚାରେ ଅଛି। ଏମିତି ଅନେକ ଅଭିଯୋଗ ଆମ ପାଖରେ ଆସୁଥିବା ବେଳେ ଥାନାବାବୁ କାହିଁକି ସମସ୍ତ ଘଟଣାକୁ ହାଲୁକା ନେଉଛନ୍ତି ତାହା ବୁଝା ପଡୁନାହିଁ । ଏହି ଥାନା କାହା ନିର୍ଦ୍ଦେଶରେ ଓ କାହା ଇଙ୍ଗିତରେ ଚାଲିଛି ତାହା ଏବେ ବଡ଼ ପ୍ରଶ୍ନ । ଗତ ୧୦ ତାରିଖରେ ଏହି ଥାନା ଅଧିନସ୍ଥ କୁରୁଆ ଗ୍ରାମର ଶ୍ରୀମତୀ ଶାନ୍ତିଲତା ନାଥ ନାମକ ମହିଳା ନିଜ ଘର ପାଖରେ ପୋଡ଼ସୀଙ୍କ ଦ୍ଵାରା ନିର୍ଯାତିତା ହେବା, ଧମକ ଚମକ ପାଇବା ସହିତ ପିଇବା ପାଣି ଟ୍ୟୁବବେଲକୁ ବନ୍ଦ କରି ସେଠାରେ ଜୋର ଜବରଦସ୍ତ ବାଡ଼ ବୁଜିଦେବା ଓ ତାଙ୍କ ଝିଅକୁ ଆକ୍ରମଣ କରିବା ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିଲେ । ହେଲେ ଅଜକୁ ୭ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ଚୁପ ! ଆସାମୀ ଫେରାର । ଫଳରେ ଏହି କରୋନା ସମୟରେ ପିଢିତା ପରିବାର ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ କେହି ଶୁଣିବାକୁ ନାହାଁନ୍ତି। ସେମାନେ ଅନ୍ୟ ଉପାୟ ନପାଇ ଶେଷରେ ଭଦ୍ରକ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର ନୂଆ କୋଭିଡ ନିୟମ ଅନୁଯାୟୀ କେହି ଅଭିଯୋଗ ପାଇଁ ଥାନାକୁ ଯିବେନାହଁ, କେବଳ ଫୋନ ମାଧ୍ୟମରେ ଅଭିଯୋଗ କରି ପାରିବେ । ହେଲେ ଏଠି ନିୟମ ଓଲଟା, ଥାନାରେ ଅଭିଯୋଗ ପରେ ମଧ୍ୟ ଫଳ ଶୁନ। କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଅଭିଯୋଗ କୁ ଭିତ୍ତିକରି ପୁଲିସକୁ ଯୋଗାଯୋଗ କରିବାରୁ ଥାନବାବୁ କହୁଛନ୍ତି ମୁଁ ଛୁଟିରେ ଅଛି । ଅନ୍ୟଜଣେ ଦାୟିତ୍ବରେ ଥିବା ବାବୁ କହୁଛନ୍ତି ମୁଁ କେସ କରିଛି , ହାଇକୋର୍ଟର ନିର୍ଦ୍ଦେଶ ଏବେ କାହାକୁ ଗିରଫ କରିବୁ ନାହିଁ ! ତେଣୁ ଆମେ ସମୟ ଦେଖି ମାମଲା ବୁଝିବୁ। ତାହାହେଲେ ଯଦି ଏହି ଅଞ୍ଚଳରେ ହତ୍ୟା ,ବଳାତ୍କାର କିମ୍ବା ଡକାୟତି ହୁଏ ତାହାହେଲେ ପୁଲିସ କରିବ କଣ ବୋଲି ପ୍ରଶ୍ନ ଉଠିଛି । ଲୋକଙ୍କୁ ସୁରକ୍ଷା ଦେବା ଦାୟିତ୍ବ କାହାର ! ତେବେ ଯାହାହେଉ ଏପରି ଛୋଟିଆ ଘଟଣାକୁ ନେଇ ଆଗକୁ ବଡ଼ ଘଟଣା ନଘଟେ ସେଥିପ୍ରତି ଧୂଷୁରୀ ପୋଲିସ ଦୃଷ୍ଟି ଦେବା ଆବଶ୍ୟକ, ଯାହାପାଇଁ ନିଜେ ଯେପରି ଉତ୍ତରଦାୟୀ ନ ହୁଏ। ପୁଲିସ ଯଥାଶୀଘ୍ର ଘଟଣାସ୍ଥଳରେ ଯାଇ ସେମାନଙ୍କୁ ସୁରକ୍ଷା ଦେବାପାଇଁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.