ଅମ୍ଳଜାନ ସଙ୍କଟ ଦୂର କରିବାରେ ଦିଲ୍ଲୀ ସରକାର ବିଫଳ : ବୈଜୟନ୍ତ

0

Baijayant Jay Panda Appointed BJP's National Vice-President, Spokesperson

ନୂଆଦିଲ୍ଲୀ : ଦିଲ୍ଲୀରେ ଅମ୍ଳଜାନ ସଙ୍କଟ ଦୂର କରିବାରେ କେଜ୍ରିୱାଲ ସରକାର ବିଫଳ ହୋଇଥିବା କହି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦଳର ଦିଲ୍ଲୀ ପ୍ରଭାରୀ ବୈଜୟନ୍ତ ଜୟ ପଣ୍ଡା ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଛନ୍ତି। ଏହି ଦୁଃଖଦ ଘଟଣାକୁ ନେଇ ରାଜନୀତି କରିବା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ‘ଶେହଜାଦ କୀ ବାତ’ ନାମକ ଏକ ଅନଲାଇନ୍ କାର୍ଯ୍ୟକ୍ରମରେ ଶେହଜାଦ ପୁନାୱାଲାଙ୍କ ସହ ଏକ ସାକ୍ଷାତକାରରେ ଶ୍ରୀ ପଣ୍ଡା ଦିଲ୍ଲୀ ସରକାରଙ୍କ ଡବଲ ଷ୍ଟାଣ୍ଡାର୍ଡର ପର୍ଦ୍ଦାଫାଶ କରିଛନ୍ତି।

ସେ କହିଛନ୍ତି ଯେ ବିଶେଷଜ୍ଞମାନେ କୋଭିଡ ଦ୍ଵିତୀୟ ଲହର ବିଷୟରେ ଆଶଙ୍କା କରି ଗତବର୍ଷ ସରକାରଙ୍କୁ ଜଣାଇଥିବା ସେ କହିଛନ୍ତିଲେ। ଗତବର୍ଷ କେନ୍ଦ୍ର ସରକାର ପ୍ରତ୍ୟେକ ରାଜ୍ୟରେ ଅମ୍ଳଜାନ କାରଖାନା ସ୍ଥାପନ ପାଇଁ ଅର୍ଥ ପ୍ରଦାନ କରିଥିଲେ, କିନ୍ତୁ ଦିଲ୍ଲୀ କେବଳ ଗୋଟିଏ କାରଖାନା ସ୍ଥାପନ କରିଥିଲା। ଏହି ସମୟ ମଧ୍ୟରେ, ଦିଲ୍ଲୀ ନୂଆ ହସ୍ପିଟାଲ, ବେଡ୍ କିମ୍ବା ଭେଣ୍ଟିଲେଟର କିମ୍ବା ଆଇସିୟୁ କିଛି ମଧ୍ୟ ;ନୂଆ କରିନାହିଁ। ଏମିତିକି ଅସ୍ଥାୟୀ ଭାବରେ ସମସ୍ତ ନୂତନ ଡାକ୍ତରଖାନା କେନ୍ଦ୍ର ଏଜେନ୍ସିଗୁଡିକ ଦ୍ୱାରା ଆରମ୍ଭ କରାଯାଇଛି। ଓଡ଼ିଶା, ଯେଉଁଠାରେ ଇସ୍ପାତ କାରଖାନା କାରଖାନା ଅଛି, ତାହା ଅତିରିକ୍ତ ଅମ୍ଳଜାନ ଦିଲ୍ଲୀକୁ ଦେଇଥିଲା, କିନ୍ତୁ ଏହା ଥରେ ମାତ୍ର ଅମ୍ଳଜାନ ଅଭାବକୁ ପୂରଣ କଲା। ସେହିପରି ଦିଲ୍ଲୀ ସରକାର ନିଜର ଅକ୍ଷମତାକୁ ଲୁଚାଇବାକୁ ଯାଇ କୋଭିଡ ମାମଲାର ସଂଖ୍ୟା ଭୁଲ କହିବାରୁ କୋର୍ଟ ତାଗିଦ କରିଥିବା ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ କୋଭିଡ ରୋଗୀଙ୍କ ସଂଖ୍ୟା ଦ୍ରୁତ ବଢ଼ୁଥିଲା, ସେତେବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଲେ ଯେ ଦିଲ୍ଲୀରେ ପର୍ଯ୍ୟାପ୍ତ ଅମ୍ଳଜାନ ଅଛି। କିନ୍ତୁ ଚାରି ଦିନ ପରେ ସେ କହିଲେ ଯେ ଅମ୍ଳଜାନ, ଶଯ୍ୟାରେ ଭୟଙ୍କର ଅଭାବ ଦେଖାଦେଇଛି ଏବଂ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ସେ ଦାୟୀ କଲେ। ଦିଲ୍ଲୀ ସରକାର ପ୍ରଥମେ 300 ମେଟ୍ରିକ୍ ଟନ୍ ଅମ୍ଳଜାନ ମାଗି ପରେ 900 ମେଟ୍ରିକ ଟନ ଦରକାର ବୋଲି କହିଲେ, କିନ୍ତୁ ଯେତେବେଳେ ଅଡିଟ୍ ପାଇଁ ପରାମର୍ଶ ଦିଆଗଲା, ସେତେବେଳେ ଅମ୍ଳଜାନ ଅଧିକ ଅଛି ଏବଂ ସେ ଅନ୍ୟ ରାଜ୍ୟ ଦେବାକୁ ପ୍ରସ୍ତୁତ ବୋଲି କହିଲେ। ଏହି ପ୍ରକାର ଛଳନା, କପଟକୁ ବରଦାସ୍ତ କରାଯିବା ଉଚିତ ନୁହେଁ ବୋଲି ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି।

ଶ୍ରୀଯୁକ୍ତ ପଣ୍ଡା ଅଭିଯୋଗ କରିଛନ୍ତି ଯେ ସ୍ୱାସ୍ଥ୍ୟସେବା ଅଭାବରୁ ଲୋକମାନେ ମରୁଥିବାବେଳେ କେବଳ ଜଣେ ବ୍ୟକ୍ତିଙ୍କୁ ପଦୋନ୍ନତି ଦେବା ପାଇଁ ଦିଲ୍ଲୀ ସରକାର ମାସକୁ 50 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ସଙ୍କଟ ସମୟରେ ନିସ୍ଵାର୍ଥପର ଭାବେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀମାନଙ୍କୁ ରାଜ୍ୟ ସରକାର ଅର୍ଥ ଦେଉନାହାଁନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ମୋହଲ୍ଲା କ୍ଲିନିକଗୁଡିକ କୋଭିଡ ପରୀକ୍ଷା କରୁନାହିଁ ଏବଂ ଲୋକଙ୍କୁ ଟୀକାକରଣ କରୁନାହିଁ। ଏପରିକି ଦିଲ୍ଲୀରେ ଯାହା ଟୀକାକରଣ ହେଉଛି ତାହା କେନ୍ଦ୍ର ସରକାର କରୁଛନ୍ତି ଏବଂ ଟୀକା କିଣିବା ପାଇଁ ରାଜ୍ୟ ନିଜସ୍ୱ ସମ୍ବଳ ମଧ୍ୟ ବ୍ୟବହାର କରୁନାହିଁ। ଏହି ଅବସରରେ ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଓ ଦ୍ରୁତ ପଦକ୍ଷେପ ଯୋଗୁଁ ଆଜି ଟୀକା ଉପଲବ୍ଧ ହୋଇଛି, କିନ୍ତୁ ଏହାକୁ ନେଇ ରାଜନୀତି କରିବା ଲାଗି ପାଇଁ କଂଗ୍ରେସ ପଛାଉ ନାହିଁ। ଏଥିସହ ଦିଲ୍ଲୀବାସୀଙ୍କୁ ଖାଦ୍ୟ ଯୋଗାଇବା, ମାସ୍କ ବଣ୍ଟନ କରିବା ଏବଂ ପ୍ଲାଜମା ଦାନ ଲାଗି ବିଜେପି କାର୍ଯ୍ୟକର୍ତ୍ତାମାନେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି “ଦେଶ ଆଗ,ଦଳ ପଛ ଓ ନିଜେ ଶେଷରେ” କରିଦେଖାଇଛନ୍ତି ବୋଲି ସେ କହି କାର୍ଯ୍ୟକର୍ତ୍ତାଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ।

Leave A Reply

Your email address will not be published.