ଜିଲ୍ଲାପାଳଙ୍କ ଗୁଣପୁର ଓ ବିଷମକଟକ ବ୍ଲକ ଗସ୍ତ : ଆନ୍ଧ୍ର ଓଡିଶା ସୀମା ବାସନାଗୁଡ଼ା ଚେକ ପଏଣ୍ଟ ଅନୁଧ୍ୟାନ କଲେ

0 2

ରାୟଗଡ/ସରୋଜ କୁମାର ସାହୁ: ଆଜି ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ରାୟଗଡ ଜିଲ୍ଲାର ବିଷମ କଟକ, ଗୁଣପୁର ଆଦି ଗସ୍ତ କରିଥିଲେ । କୋରନା ଦ୍ବିତୀୟ ଲହରୀ  ରାୟଗଡ ଜିଲ୍ଲାରେ  ଦିନକୁ ଦିନ ପ୍ରଭାବ ବିସ୍ତାର କରୁଥିବା    ଯୋଗୁଁ ଏହାକୁ  କିପରି   ଆଗକୁ ରୋକlଯାଇ ପାରିବ   ସେଥିପାଇଁ ଜିଲ୍ଲା ପ୍ରସାଶନ  ବିଶେଷ ଭାବରେ ଚେଷ୍ଟା ଜlରିରଖିଛି l ଜିଲ୍ଲାର  ଲୋକମlନଙ୍କୁ ସଚେତନ କରି କରନା ଠାରୁ ଦୂରେଇ ରଖାଯିବ ସେଇ ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଉଛନ୍ତି  । ବାହ୍ୟ ରାଜ୍ୟ ପ୍ରବେଶ ପଥ ଗୁଡିକ ଆଜ  12.4.2021ତାରିଖ ଠାରୁ ସିଲ କରି ଯେଉଁମାନେ ଆସୁଛନ୍ତି ସେମାନଙ୍କ ଆର୍ଟିଫିସିୟଲ ଟେଷ୍ଟ ରିପର୍ଟ, ଦୁଇଥର ଟୀକା ନେଇଥିବା ପ୍ରମାଣ ପତ୍ର ଦେଖାଇବା ବାଧ୍ୟତାମୂଳକ ନଚେତ ନିଜେ ଏକ ସ୍ବୀକାରୋକ୍ତି ପତ୍ର ପ୍ରଦାନ କରି ଘରେ ସାତ ଦିନ ପାଇଁ ସଂଘରୋଧ ରହିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି । ଆଜି ବିଷମ କଟକ ଓ ଗୁଣପୁର   ଉପକାରାଗାର  ଅଚାନକ ପରିଦର୍ଶନ କରିଥିବାବେଳେ  ଗୁଣପୁର ଆଦର୍ଶ ବିଦ୍ୟାଳୟ ରେ ହେବାକୁ ଥିବା କୋଭିଡ କେୟାର କେନ୍ଦ୍ର, ଗୁଣପୁର ବ୍ଲକ ଅନ୍ତର୍ଗତ ବାସନା ଗୁଡାସ୍ଥିତ ଆନ୍ତରାଜ୍ୟ ତନଖି କେନ୍ଦ୍ର ବୁଲି ସ୍ଥିତି ପରଖି ଥିଲେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର । ଆଜିର ଏହି ଗସ୍ତ ସମୟରେ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଜେ.ସୋନାଲ, ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଶାନ୍ତିପ୍ରଭା ପ୍ରଧାନ, ଗୁଣପୁର ଆଦର୍ଶ ଥାନା ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

    ସେହିପରି ରାୟଗଡ ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ବିଡିଓ ରାଜେନ୍ଦ୍ର ମାଝୀ, ତହସିଲଦାର ଉମାଶଙ୍କର ବେହେରା, ସ୍ୱାସ୍ଥ୍ୟ କର୍ମଚାରୀ, ଆଞ୍ଚଳିକ ପରିବହନ କର୍ମଚାରୀ ପୋଲିସ  ଓ ଅନ୍ୟlନ୍ୟ  ଅଧିକାରୀ ମାନଙ୍କ ଉପସ୍ଥିତରେ  କେରଡା ଚେକ ପଏଣ୍ଟ  ସ୍ଥିତି ଅନୁଧ୍ୟାନ କରିଥିଲେ l ଆଜି ସନ୍ଧ୍ୟା ସୁଦ୍ଧା କେରଡା ଚେକ ପଏଣ୍ଟ ଦେଇ 221ଜଣ,ଗୁଣପୁର ବାସନାଗୁଡ଼ା ଦେଇ 66ଜଣ ଓ ରାମନାଗୁଡ଼ାର କାଟିକି ଚେକ ପଏଣ୍ଟ ଦେଇ 10ଜଣ  ପଡୋଶୀ ଆନ୍ଧ୍ର ପ୍ରଦେଶ ଦେଇ  ଆସିଥିଲେ l ସେମାନଙ୍କୁ ସ୍କ୍ରିଙ୍ଗ ଓ ତନକ୍ଷୀ  କରାଯାଇଥିଲା l ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ  7ଦିନ ପର୍ଯ୍ୟନ୍ତ ଘରୋଇ ସଂଘରୋଧ ରହିବ ପାଇଁ ସ୍ବୀକାରୋକ୍ତି ପତ୍ର  ରଖlଯାଇଥିଲା l ସେହିପରି ରାମନାଗୁଡ଼ା ବିଡ଼ିଓ ମଧ୍ୟରେ କାଟିକି ସୀମା ଚେକିଂ ପଏଣ୍ଟ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି l

ଜିଲ୍ଲାର ସମସ୍ତ ବିଡ଼ିଓ ମାନେ ଆଗୁଆ ପଦ୍ଧକ୍ଷେପ ସ୍ୱରୂପ ନିଜ  ବ୍ଲକର ବିଭିନ୍ନ ସ୍ଥାନରେ ମାସ୍କ ବ୍ୟବହାର ନେଇ ସଚେତନତା ଆଭିଯାନ ଆରମ୍ଭ କରିଥବାବେଳେ  ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକର ସ୍ଥିତି ଆନୁଧ୍ୟାନ କରିଛନ୍ତି l

Leave A Reply

Your email address will not be published.