ମାଲକାନଗିରି (ବି ଶ୍ରୀନିବାସ ପାତ୍ର)ଜିଲ୍ଲା ସୀମାନ୍ତ ଛତିଶଗଡର ଦାନ୍ତେୱାଡା ଜିଲ୍ଲାରେ ପୁଲିସ ଓ ମାଓବାଦୀ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଏଥିରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ବେଳେ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରାଯାଇଛି ମିଳିଥିବା ସୂଚନା ଅନୁଯାୟୀ କଟେକଲ୍ୟାଣ ଥାନା ଅନ୍ତର୍ଗତ ସୁରନାର ଏବଂ ଟେଲମ ମଧ୍ୟରେ ରହିଥିବା ଜଙ୍ଗଲମଧ୍ୟରେ କଟେକଲ୍ୟାଣ ଏରିଆ କମିଟିର ଦୁର୍ଦାନ୍ତ ମାଓବାଦୀମାନେ କ୍ୟାମ୍ପ କରି ରହିଥିବା ସୂଚନା ମିଳିବା ପରେ ସୁରନାର ଏବଂ ଟେଲମ କୁ ଡି.ଆର.ଜି ର ଦୁଇଟି ଟିମ କୁମ୍ବିଂ ପାଇଁ ପଠାଯାଇଥିଲା ମିଳିଥିବା ସୂଚନା ଅନୁସାରେ ମାଓବାଦୀ କ୍ୟାମ୍ପ ପାଖରେ ଯବାନ ପହଂଚିବା ପରେ ପ୍ରଥମେ ସେହି ସ୍ଥାନ କୁ ଯବାନମାନଙ୍କ ଦ୍ୱାରା ଘେରା ବନ୍ଦୀ କରାଯଇଥିଲା ଏହା ପରେ ଡି.ଆର.ଜି ଯବାନ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟିଥିଲା ଦୀର୍ଘ ସମୟ ଧରି ଗୁଳିବିନିମୟ ହେବା ପରେ ଜଙ୍ଗଲ ଆଢୁଆଳରେ କିଛି ମାଓବାଦୀ ଖସି ଚାଲିଯିବାରେ ସକ୍ଷମ ହୋଇଥିଲେ କିନ୍ତୁ ସର୍ଚିଙ୍ଗ ସମୟରେ ଜଣେ ହାର୍ଡକର ମାଓବାଦୀ ର ମୃତ ଶରୀର ଯବାନମାନେ ଜଙ୍ଗଲ ମଧ୍ୟରୁ ମିଳିଥିଲା ତା ସହ ବନ୍ଧୁକ ମାଓ ସାମଗ୍ରୀ ଯବାନମାନେ ଉଦ୍ଧାର କରିଥିଲେ ମୃତ୍ୟୁ ମାଓବାଦୀ ଜନମିଲସିୟ କମାଣ୍ଡର ମୁଚାକି ମାଶା ବୟସ 27 ଗ୍ରାମ ଟେଟେମ ମୃତ ମାଓବାଦୀ ମୁଚାକି ମାଶା ନାମ ରେ ଛତିଶଗଡ ସରକାର ଏକ ଲକ୍ଷ୍ୟ ରାଶି ପୁରସ୍କାର ଘୋଷଣା କରିଥିଲେ ଦାନ୍ତେୱାଡା ଏସ. ପି. ଅଭିଷେକ ପଲ୍ଲଭ ଗଣମାଧ୍ୟମ କୁ କହିଛନ୍ତି l
Sign in
Sign in
Recover your password.
A password will be e-mailed to you.