ବାଣପୁର:(ସେକ୍ କୌସର):ବାଣପୁର ଥାନା ସମ୍ମୁଖରେ ସୁନା ଦୋକାନରୁ ବଡ଼ଧରଣର ଲୁଟ୍ ! କାନ୍ଥ ତାଡ଼ି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ ଅଭିଯୋଗ, ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ! ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସମ୍ମୁଖରେ ଥିବା ଏକ ସୁନା ଦୋକାନରୁ ବଡ଼ଧରଣର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଥାନା ସମ୍ମୁଖରେ ଥିବା ନିରଞ୍ଜନ ଜୁଏଲର୍ସ ଦୋକାନର କାନ୍ଥ ତାଡ଼ି ଦୁର୍ବୃତ୍ତମାନେ ଦୋକାନ ଭିତରକୁ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଲୁଟେରାମାନେ ଦୋକାନର କାନ୍ଥ ତାଡ଼ି ସିନ୍ଧି କରି ଏହି ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟ୍ ହୋଇଥିବା ଅଳଙ୍କାରର ପ୍ରକୃତ ପରିମାଣ ଓ ମୂଲ୍ୟ ସମ୍ପର୍କରେ ସବିଶେଷ ତଥ୍ୟ ମିଳିନାହିଁ। ବାଣପୁର ଥାନାର ଠିକ୍ ସମ୍ମୁଖରେ ଏଭଳି ଲୁଟ୍ ଘଟଣା ସ୍ଥାନୀୟ ବ୍ୟବସାୟୀଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି। ସହରର ମୁଖ୍ୟ ସ୍ଥାନରେ ଏଭଳି ଘଟଣା ଘଟିବା ପରେ ରାତ୍ରିକାଳୀନ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ସହ ଲୁଟ୍ ହୋଇଥିବା ଅଳଙ୍କାର ଉଦ୍ଧାର କରିବା ପାଇଁ ତଦନ୍ତକୁ ତ୍ୱରାନ୍ୱିତ କରିବା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ଉକ୍ତ ଘଟଣା ଉପରେ ଗୁରୁତ୍ୱ ଦେଉ ବୋଲି ସାଧାରଣ ରେ ଦାବୀ ହେଉଛି।