ପଦ୍ମପୁର-ପଦ୍ମପୁର ଉପଖଣ୍ତ ଧୁମାଭଟା ଗ୍ରାମରେ ବଲ୍ଲଭ କରୁଣା ମେମୋରିଅଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ତ୍ରିଦିବସୀୟ ଟୁର୍ଣ୍ଣାମେଣ୍ଟକୁ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅର୍ଜ୍ଜୁନ ଭିଲ ,ଅବସର ପ୍ରାପ୍ତ ଶିକ୍ଷକ ସୌକିଲାଲ ପାଣ୍ତେ ଅତିଥି ଭାବରେ ଯୋଗଦାନ କରି ଉଦଘାଟନ କରିଥିଲେ। ଉଦଯାପନୀ ଉତ୍ସବରେ ପାଇକମାଲ ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ଗୌତମ ସିଂ ମୁଖ୍ୟ ଅତିଥି, ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ଉପ ସଭାପତି ନୀଳାମ୍ବର ଦୀପ,ଭୁବନେଶ୍ବର ଅତିରିକ୍ତ ତହସିଲଦାର ତଥା ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢେଇ,ବିଜେଡି ନେତା ଭୋଜରାଜ ଭୋଇ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ । ଫାଇନାଲ ମ୍ୟାଚ ସଂକ୍ରି ଓ କୁଦୋଗୁଡା ଟିମ ମଧ୍ୟରେ ହୋଇଥିଲା । ୨-୧ରେ ସଂକ୍ରି ଟିମ ବିଜୟୀ ହୋଇଥିଲେ। ମ୍ୟାଚ ଗୁଡିକକୁ କ୍ଷୀରସିନ୍ଧୁ ବେହେରା,ନାଗ ଦାନୀ,ଦୀପକ ରାଜହଂସ,ସୁଜିତ ରାଜହଂସ,ମୁକେଶ ଭୋଇ ପରିଚାଲନା କରିଥିବା ବେଳେ ଇନ୍ଦ୍ରମଣି ଭୋଇ ଉଦଘୋଷକ ଥିଲେ।ପଂଚାନନ ନେଗୀ,ବ୍ରଜକିଶୋର ଭିଲ,ଦହିତ ସାହୁ,ମୁକ୍ତେଶ୍ବର ପଟେଲ,ଭରତ ପାଣ୍ତେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post