ବାରିପଦା(ଦିଲ୍ଲୀପ ମହାନ୍ତି )–ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଠାରୁ ମାତ୍ର ୫୦୦ ମିଟର ଦୂରରେ ଜାତୀୟ ରାଜପଥ ୨୨୦ ନମ୍ବର ମୁର୍ମୁ ଛକରେ ଏକ ୧୬ ଚକିଆ ଟ୍ରକ ଦୁର୍ଘଟଣାରେ ହୋଟେଲ କର୍ମଚାରୀ ତଥା ବାଙ୍ଗିରିପୋଷି ଥାନା କତରା ଚନ୍ଦନପୁର ଗ୍ରାମର ଦେବାଶିଷ ବେହେରାଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଆଜି ଶୁକ୍ରବାର ରାଇରଙ୍ଗପୁର ମୁର୍ମୁ ଛକଠାରୁ ୧୦୦ ମିଟର ଦୂରରେ ଜାତୀୟ ରାଜପଥ ପାର୍ଶ୍ବରେ ସାପ୍ତାହିକ ହାଟ ପାଇଁ ଗହଳି ଲାଗିଥିଲା । ଲୋକେ ହାଟ ପାଇଁ ଚଳଚଂଚଳ ହୋଇ ରାସ୍ତା ପାର ହେଉଥିବା ସମୟରେ ଟାଟା ଆଡୁ ରାଇରଙ୍ଗପୁର ଆସୁଥିବା ଓଡି ୦୯ ଏନ ୬୬୭୪ ନମ୍ବର ବିଶିଷ୍ଟ ଟ୍ରକ ରାସ୍ତାକଡ଼ରେ ଥିବା ଦେବାଶିଷକୁ ଧକ୍କା ଦେଇ ଥିଲା ଓ ସେ ତଳେ ପଡି ଯାଇଥିବା ବେଳେ ପଛଚକ ଉପରେ ମାଫି ଯାଇଥିଲା ଓ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ରାଇରଙ୍ଗପୁର ଆଇଆଇସି ରେଣୁବାଳା ସାହୁ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ୧୦୮ ଆମ୍ବୁଲାନ୍ସରେ ରାଇରଙ୍ଗପୁର ହସ୍ପିଟାଲରକୁ ପଠାଇ ଟ୍ରକଟିକୁ ଜବତ କରିଛନ୍ତି । ଘଟଣାସ୍ଥଳରେ ଡ୍ରାଇଭର ଟ୍ରକ ଛାଡି ଫେରାର ହୋଇ ଯାଇଥିଲା ।
Sign in
Sign in
Recover your password.
A password will be e-mailed to you.