ପିପିଲି ପାଇଁ ପ୍ରତାପ ନିର୍ବାଚନ ପର୍ଯ୍ୟବେକ୍ଷକ 

0 2

ଭୁବନେଶ୍ୱର(ଶାସକ ପ୍ରଶାସକ) ପିପିଲି ନିର୍ବାଚନମଣ୍ଡଳୀରେ ନିର୍ବାଚନ ପାଖେଇ ଆସୁଥିବାରୁ ବିଜୁ ଜନତା ଦଳ ବରିଷ୍ଠ ନେତା ଶ୍ରୀ ପ୍ରତାପ କେଶରୀ ଦେବଙ୍କୁ ପିପଲି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳର ନିର୍ବାଚନ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ଆଜି ଏକ ପ୍ରେସ ବିବୃତ୍ତିରେ ବିଜେଡି ସାଧାରଣ ସମ୍ପାଦକ (ମିଡିଆ ବ୍ୟାପାର) ମାନସ ରଂଜନ ମଙ୍ଗରାଜ ଏ ବିଷୟରେ ସୂଚନା ଦେଇଛନ୍ତି। ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡିଛି।

ଯେହେତୁ  ଯେ କୌଣସି  ସମୟରେ ନିର୍ବାଚନ ତାରିଖ ଘୋଷଣା କରାଯାଇପାରେ, ବିଜେଡି ତାହାର ପ୍ରାର୍ଥୀ ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଅନୁମାନ କରାଯାଉଛି ଯେ ଦିବଂଗତ  ଶ୍ରୀ ମହାରଥୀଙ୍କ ପତ୍ନୀ କିମ୍ବା ପୁଅ ପାର୍ଟି ଟିକେଟ ପାଇପାରନ୍ତି | ହେଲେ ଏହି ଆସନ ପାଇଁ ଅନ୍ୟ କିଛି ନାମ ଆଲୋଚନାକୁ ଆସୁଛି ।  ସେମାନଙ୍କ ମଧ୍ୟରେ ପ୍ରମୁଖ ଭାବେ ଓଡ଼ିଶା ମୋ ପରିବାର ଆବାହକ ତଥା ପୂର୍ବତନ ମୁମ୍ବାଇ ପୋଲିସ କମିଶନର  ଅରୁପ ପଟ୍ଟନାୟକ ଏବଂ ଓଡିଶା ଶିଶୁ ଅଧିକାର ସୁରକ୍ଷା କମିଶନର ସନ୍ଧ୍ୟାବତୀ ପ୍ରଧାନଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। 

 

Leave A Reply

Your email address will not be published.