ବଡ଼ ଧରଣର ସିରିଜ ଚୋରି ଘଟଣାର ପର୍ଦାଫାସ କଲା ପୋଲିସ

0 2

ବରଗଡ଼ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ବିଭିନ୍ନ ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଇତି ମଧ୍ୟରେ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯକଳାପ ବୃଦ୍ଧି ପାଇବାରେ ଲାଗିଛି ମୁଖ୍ୟତଃ ଗାଇସିଲେଟ ଅଂଚଳର କିଛି ଅସାମାଜିକ ଯୁବକ ବିଗତ କିଛି ଦିନ ହେଲା ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚୋରି ତଥା ଅନ୍ୟାନ୍ୟ ଅପରାଧ ଭିଆଇ ଆସୁଥିଲେ । ଆଜି ସାମ୍ବାଦିକ ସମ୍ମିଳନୀରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ପ୍ରଦୀପ ସାହୁ ଏକ ସିରିଜ ଚୋରି ଘଟଣା ବାବଦରେ ସୂଚନା ପ୍ରଦାନ କରିଥିଲେ । ମିଳିଥିବା ସୂଚନା ମୁତାବକ ଏହି ସିରିଜ ଚୋରି ଘଟଣାରେ ଗାଇସିଲେଟ ଅଞ୍ଚଳ ର ତିନି ଜଣ ଯୁବକ ସଂପୃକ୍ତ ଥିବାବେଳେ ଏହି ଅପରାଧୀ ମାନଙ୍କର ବିରୋଧରେ ପଦ୍ମପୁର ଥାନାରେ ଦୁଇଗୋଟି, ମେଳଛାମୁଣ୍ଡା ଥାନା ରେ ଗୋଟିଏ , ସୋହେଲା ଥାନାରେ ଗୋଟିଏ, ଗାଇସିଲେଟ ଥାନାରେ ପାଞ୍ଚ ଗୋଟି , ଅତାବିରା ଥାନାରେ ଗୋଟିଏ  , ବରଗଡ଼ ଥାନାରେ ଗୋଟିଏ ଓ ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଘା ଥାନାରେ ଗୋଟିଏ କେଶ ରହିଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀ ରେ ଚୋର ମାନଙ୍କ ପାଖରୁ ଉଦ୍ଧାର କରାଯାଇଥିବା ସାମଗ୍ରୀ ର ତାଲିକା ମଧ୍ୟ ପ୍ରସ୍ତୁତ କରିଥିଲେ ଶ୍ରୀ ସାହୁ । ଉପଖଣ୍ଡ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ତିନିଜଣ ଅଭିଯୁକ୍ତ ଗାଇସିଲାଟ ଥାନା ଅଞ୍ଚଳର । ଦେଖିବାକୁ ଗଲେ ଗାଇସିଲାଟ ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି, ନଶା କାରବାର ତଥା ଜୁଆ ଖେଲ ଏବଂ ଅସାମାଜିକ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଏମିତିକି କିଛି ଦିନ ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ଛୁରିମାଡ଼ ହୋଇଥିବା ଘଟଣା ମଧ୍ୟ ସାମନାକୁ ଆସିଛି । ଏହି ସବୁ ଘଟଣାରୁ ଲୋକଙ୍କ ମଧ୍ୟରେ ପୋଲିସର କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି ହେଉଥିବା ଶୁଣିବାକୁ ମିଲୁଛି । ଏହି ଅଞ୍ଚଳରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବଢୁଥିଲେ ମଧ୍ୟ ପୋଲିସ ଠୋସ ପଦକ୍ଷେପ ନେଉନଥିବା ଅଭିଯୋଗ ମଧ୍ୟ ହେଉଛି ।

Leave A Reply

Your email address will not be published.