ହାଟଡିହି /ମକରଧ୍ବଜ ଜେନା : ଜିଲ୍ଲା ବିଜେପି ରେ ସାଧାରଣ ସମ୍ପାଦକ ଭାବେ ନୂତନ ଦାଇତ୍ୱ ପାଇବା ପରେ ଜ୍ଞାନରଂଜନ ସମନ୍ତସିଂହର ଙ୍କୁ ହାଟଡ଼ିହି ବ୍ଲକର ବିଭିନ୍ନ ସ୍ଥାନରୁ ଶୁଭେଛାର ସୁଅ ଛୁଟିବା ସହ ବିଜେପି କାର୍ଯ୍ୟକର୍ତ୍ତା ଓ ଶୁଭେଛୁ ମାନେ ତାଙ୍କ ଘରେ ପହଂଚି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରୁଛନ୍ତି। ଶ୍ରୀ ସାମନ୍ତସିଂହର ଜଣେ ଅନୁଭବୀ ଏବଂ ଦକ୍ଷ ସଂଗଠକ ଭାବେ ଖଲି କେନ୍ଦୁଝର ନୁହଁ ରାଜ୍ୟ ବିଜେପି ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେହିପରି ନିରାକାର ଦଳେଇ ଜିଲ୍ଲା ଉପସଭାପତି ଓ ଅସୀମା ମିଶ୍ର ଜିଲ୍ଲା ସମ୍ପାଦିକା ଓ ସମାଜ ସେବାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଯୁବ ସମାଜସେବୀ ତଥା ଯଜ୍ଞ ପ୍ରସାଦ ରାଜ୍ୟ ଯୁବମୋର୍ଚା ରେ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଦାଇତ୍ୱ ପାଇଛନ୍ତି, ଏହି ଅବସରରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳ ସଭାପତି ବରିଷ୍ଠ ବିଜେପି ନେତାଙ୍କ ସମେତ ରାଜ୍ୟକାର୍ଯ୍ୟକରିଣୀ ସଦସ୍ୟ ତଥା ବିଜେପି ନେତା ଅଲୋକ ସେଠି ସେମାନଙ୍କ ଘରେ ପହଞ୍ଚି ସମ୍ବର୍ଦ୍ଧିତ କରିଥିଲେ।
Sign in
Sign in
Recover your password.
A password will be e-mailed to you.