ଅପ୍ରେଲ ୧୫ ରୁ ତ୍ରିବେଣୀ ଛକ ଦୁର୍ଗା ମନ୍ଦିର ପ୍ରତିଷ୍ଠା ଉତ୍ସବ । 

0 2

ବୀରମହାରାଜପୁର – (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ତ୍ରିବେଣୀ ଛକ ନିକଟରେ ଥିବା ଜୟ  ଦୁର୍ଗା କମିଟି ପକ୍ଷରୁ ନବ ନିର୍ମୀତ ଦୁର୍ଗା ମନ୍ଦିର  ଓ ବିଗ୍ରହ  ଆସନ୍ତା ଅପ୍ରେଲ ୧୫ ରୁ  ୨୩ ତାରିଖ ଯାଏ ୯ ଦିନ ଧରି ପ୍ରତିଷ୍ଠା ଉତ୍ସବ ଆୟୋଜନ ପାଇଁ ସ୍ଥିର ହୋଇଛି । ଏକ ପ୍ରସ୍ତୁତି ବୈଠକରେ ଅପ୍ରେଲ ୧୫ ରେ ଅଙ୍କୁରା ରୋପଣ, ୧୬ ରେ କଳସ ଯାତ୍ରା ଓ ରତ୍ନ ମୁଦି,  ୧୭ ରୁ ୧୯ ଚଣ୍ଡୀ ପୁରାଣ ପାଠ,  ୧୮ ରୁ ୨୪ପହରୀ ନାମଯଜ୍ଞ , ୨୧ ରେ ମନ୍ଦିର ପ୍ରତିଷ୍ଠା, ଦେବୀଙ୍କ ମନ୍ଦିର ପ୍ରବେଶ ଓ ବାସନ୍ତୀ ଦଶହରା ଓ ୨୩ ତାରିଖ ଦିନ ପୂଣ୍ଣାହୁତି ସହ ଘଟ ବିସର୍ଜନ ଅନୁଷ୍ଠିତ ହେବ ।

Leave A Reply

Your email address will not be published.