କଣ୍ଟାବାଞ୍ଜି(ଚୁଡାମଣି ସୁନା): ବଲାଙ୍ଗୀର ଜିଲ୍ଲା ମୁରିବାହାଲର ବରିଷ୍ଠ ସାମ୍ବାଦିକ ତଥା କଣ୍ଟାବାଞ୍ଜି ପ୍ରେସ କ୍ଲବ ଉପସଭାପତି, ଓ ୟୁ ଯେ ସଦସ୍ୟ, ମୁରିବାହାଲ ସାମ୍ବାଦିକ ସଂଘ ସଦସ୍ୟ ନିମାଇଁ ଚରଣ ବଘାରଙ୍କ ଅକାଳ ବିୟୋଗ ଘଟିଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ବେଳେ ଶୋଇଥିବା ସମୟରେ ହଠାତ ହୃଦଘାତ ହୋଇ ତାଙ୍କ ମୃତ୍ୟୁ ହୋଇ ଥିବା ଜଣାପଡିଛି। ତାଙ୍କ ମୃତ୍ୟୁ ଖବର ଜାଣିବା ପରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି। ବୁଧବାର ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇ ଥିବା ବେଳେ ଶେଷ ଦର୍ଶନ ପାଇଁ ନେତାଙ୍କଠୁ ଆରମ୍ଭ କରି ସାମ୍ବାଦିକ ଗଣ, ବିଭିନ୍ନ ସଂଗଠନ ର କର୍ମକର୍ତ୍ତା, ପରିବାର ର ଲୋକ ଉପସ୍ଥିତ ରହିଥିଲେ। ତାଙ୍କ ଅକାଳ ବିୟୋଗ ପରେ କଣ୍ଟାବାଞ୍ଜି ପ୍ରେସ କ୍ଲବ ଦ୍ୱାରା ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏହି ଶୋକସଭାରେ ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା, କାର୍ଯ୍ୟକାରୀ ସଭାପତି ରଶ୍ମିରଞ୍ଜନ ପୁଟେଲ, ସମ୍ପାଦକ ପୁଷ୍ପକେତୁ ବେହେରା, ସହ ସମ୍ପାଦକ ଦୀପକ କୁମାର ଯାଦବ, ବିବେକ ଶର୍ମା, ଦୁର୍ଗା ପ୍ରସାଦ ଗୁପ୍ତା, କୋଷାଧ୍ୟକ୍ଷ କମଲଜିତ ସିଂ ମଖିଯା, ଆନନ୍ଦ ମୋଟେ, ମନୋଜ ଶର୍ମା, ନିମାଇଁ ଚରଣ ମହତ, ବିଶିକେଶନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.