ଭଦ୍ରକ : ଭଦ୍ରକ ଜିଲ୍ଳା ତିହିଡ଼ି ଥାନା ହାଟୁଆରୀ ଗାଁ ରେ ଅଭାବନୀୟ ଘଟଣା ଘଟିଛି । ବାପି ନାମକ ଏକ ବ୍ୟକ୍ତି ଭୟ ରେ ପୋଖରୀ କୁ ଡେଇଁ ପଡ଼ିଥିଲେ ୨୨ ବର୍ଷୀୟ ବାପି ଯାହା ଖବର ସୁତ୍ର ରୁ ଜଣା ପଡ଼ିଛି ଫଳରେ ତାଙ୍କ ର ଜୀବନ ମଧ୍ୟ୍ୟ ଚାଲିଯାଇଥିଲା।ଯୁବକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଆକ୍ରୋଶ, ଜାଳି ଦେଲେ ପୁଲିସ ଗାଡ଼ି ! ଏହି ଅଞ୍ଚଳରେ ଦୀର୍ଘଦିନ ଧରି ଚାଲି ଆସୁଛି କୋଇଲା ଚାଲାଣ। ଗତକାଲି ଏହି କୋଇଲା ଚାଲାଣକୁ ନେଇ ତିହିଡି ପୁଲିସ ରାତିରେ ହଟୁଆରୀ ଅଞ୍ଚଳରେ ଚଡଉ କରୁଥିବା ବେଳେ , ଉକ୍ତ ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଯୁବକକୁ ପୁଲିସ ଗୋଡ଼ାଇବା ସମୟରେ ପାଖରେ ଥିବା ଏକ ପୋଖରୀରେ ପଡି ମୃତ ହୋଇଥିବା ବେଳେ, ତାକୁ ତିହିଡି ପୁଲିସ ଉଦ୍ଦେଶ୍ୟମୂଳକ ଭାବରେ ମାରିବା ସହିତ ଜୀବନରୁ ମାରିଥିବା ଅଭିଯୋଗ ହୋଇଛି। ଏହାପରେ ସ୍ଥାନୀୟ ଅଞ୍ଚଳର ଲୋକେ ଉତ୍ତେଜିତ ହୋଇ ପୁଲିସ ଗାଡିକୁ ନିଆଁ ଲଗାଇବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ଏବେ ଘଟଣାସ୍ଥଳରେ ଭଦ୍ରକ ଏସପିଙ୍କ ସମେତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହି ଘଟଣାକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିବା ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.