ପଦ୍ମପୁର: ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୧୯ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ ପ୍ରଥମ ମ୍ୟାଚରେ କଲଙ୍ଗାପାଲି ଦଳ ବୁଡେନ ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚ ରେ ମହୁଲପାଲି ଦଳ ଇଚ୍ଛାପାଲି ଦଳକୁ ହରାଇ କ୍ବାଟର ଫାଇନାଲ ରେ ପ୍ରବେଶ କରିଥିଲେ। କ୍ବାଟର ଫାଇନାଲ ମ୍ୟାଚ ରେ କଲଙ୍ଗାପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ମଧ୍ୟରେ ୫ ଉଇକେଟ ହରାଇ ୧୫୫ ସଂଗ୍ରହ କରିଥିଲେ। ଏହାର ଜବାବରେ ମହୁଲପାଲି ୧୦ ଓଭରରେ ସମସ୍ତ ଉଇକେଟ ହରାଇ ୬୮ ରନ ସଂଗ୍ରହ କରି ପରାଜିତ ହୋଇଥିଲେ। । ମ୍ୟାଚ ଶେଷରେ ଡିଲେଶ୍ବର ଅତିଥି ରୂପେ ଯୋଗଦେଇ କଲଙ୍ଗାପାଲି ଦଳର ଦୁର୍ଯୋଧନଙ୍କୁ ମେନ ଅଫ ଦି ମେଚ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ଦିଲୀପ ଭୋଇ ଓ ଅନୀଲ ସାହୁ ଅମ୍ପାୟାରିଂ, ରଜତ ଓ ବିପ୍ଲବ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ। ଦେବାଶିଷ ଓ ଭୂଷଣ ଧାରାବିବରଣୀ ପ୍ରଦାନ କରିଥିଲେ। ଅଙ୍କିତ, ଛୋଟୁ, ବାଦଲ, ଅରବିନ୍ଦ, ନିଖିଲ ଓ ଗେଲୁ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.