ଆମପାଳରେ ଭୀମଭୋଇ ସେବା ସଂଘ ପକ୍ଷରୁ ଆମ୍ବେଦକର ଶିକ୍ଷା କେନ୍ଦ୍ର ଉଦଘାଟନ 

0

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ  ଭୀମଭୋଇ ସେବାସଙ୍ଘ ତରଫରୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପବିତ୍ର ବଡ଼ଦିନରେ ଆମ୍ବେଦକର ଶିକ୍ଷା କେନ୍ଦ୍ର ରେଢ଼ାଖୋଲ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ଼ ନଂ ୯ ଆମପାଲ ଠାରେ ଉଦଘାଟନ ହୋଇଯାଇଛି ।ଏହି ଉଦଘାଟନ କାର୍ଯ୍ୟକ୍ରମରେ ସଙ୍ଘର ସଭାପତି ଶୁସାନ୍ତ କୁମାର ନାଗ ସଭାପତିତ୍ୱ କରିବା ସହ  ଅନୁସୂଚିତ ଜାତି , ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ ଶ୍ରେଣୀର ଶିଶୁ ମାନଙ୍କୁ କିପରି ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଲାଭକରି ଆଗକୁ ଯିବେ ସେ ବିଷୟରେ ଆଲୋଚନା କରିଥିଲେ। ଏହିସଭାରେ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ପ୍ରଧାନ ,ପୁର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର, ବିଜେପି ନଗର ସଭାପତି ରାମାନୁଜ ମହାପାତ୍ର,ସଙ୍ଘର ମହିଳା ସଭାପତି ଅପର୍ଣ୍ଣା ବାଘ ,ଭୀମଭୋଇ ରିସର୍ଚ୍ଚ ସଭାପତି ଅଖୁଜ ମହାକୁଡ଼ ,ସମ୍ପାଦକ ନନ୍ଦୁମିରି ,ଉପଦେଷ୍ଟା ନୀଳମଣି ନାଗ,ଗୋକୁଳାନନ୍ଦ ନାଏକ ,ଜଗା ସିଂ ସମେତ ଶିକ୍ଷାକେନ୍ଦ୍ରର ଶିକ୍ଷୟିତ୍ରୀ କୈରି କିଷାନ ଉପସ୍ଥିତ ଥିଲେ ଶେଷରେ ନନ୍ଦୁମିରି ଧନ୍ୟବାଦ ଅର୍ପଣ କରିଥିଲେ I

Leave A Reply

Your email address will not be published.