ଏସସି ଛାତ୍ରଛାତ୍ରୀଙ୍କୁ ମାଟ୍ରିକ୍ ପରବର୍ତୀ ବୃତ୍ତି ଯୋଜନାରେ ୬୦% ଅର୍ଥ କେନ୍ଦ୍ର ଯୋଗାଇଦେବା ନିଷ୍ପତି ଐତିହାସିକ – ଧର୍ମେନ୍ଦ୍ର ପ୍ରଧାନ

0

ଏସସି ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ରର ୫୯ ହଜାର କୋଟିର ମାଟ୍ରିକ ପରବର୍ତୀ ବୃତ୍ତି ଯୋଜନା ମଞ୍ଜୁରିକୁ ସ୍ୱାଗତ

 

ନୂଆଦିଲ୍ଲୀ/ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ୫୯ ହଜାର କୋଟିର ମାଟ୍ରିକ ପରବର୍ତୀ ବୃତି ଯୋଜନା ମଞ୍ଜୁରିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି । ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ଏହି ଯୋଜନାରେ ୬୦ ପ୍ରତିଶତ ଅର୍ଥ ଯୋଗାଇଦେବା ଭଳି ଐତିହାସିକ ନିଷ୍ପତି ନେଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତ ମନ୍ତ୍ରୀ ଥାବରଚାନ୍ଦ ଗେହଲଟଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା ସମେତ ସମଗ୍ର ଭାରତବର୍ଷର ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ମାଟ୍ରିକ୍ ପରବର୍ତୀ ବୃତି ଯୋଜନାରେ ୫୯,୦୪୮ କୋଟି ଟଙ୍କାର ମୋଟ ଅନୁମୋଦନ ରାଶିରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ୩୫, ୫୩୪ କୋଟି ଟଙ୍କା ଆଗାମୀ ୫ ବର୍ଷରେ ଖର୍ଚ୍ଚ କରାଯିବ  । ଏହି ଆର୍ଥôକ ସହାୟତା ଅନୁସୂଚିତ ଜାତି ସମୁଦାୟର ଛାତ୍ରଛାତ୍ରୀଙ୍କ ଆକାଂକ୍ଷାକୁ ପୂରଣ କରିବ ଏବଂ ସେମାନଙ୍କ ଲକ୍ଷ୍ୟ ହାସଲ କରିବାରେ ସଶକ୍ତ କରିବ ।

ଏହା ପଛୁଆ ବର୍ଗର ୪ କୋଟି ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ହେଉଥିବା ଅସୁବିଧାକୁ ଦୂର କରିବ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ସହାୟକ ହେବା ସହ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଆକାଂକ୍ଷାକୁ ପୂରଣ କରିବ । ସବକା ସାଥ୍, ସବକା ବିକାଶ୍ ଏବଂ ସବକା ବିଶ୍ୱାସର ମନ୍ତ୍ରକୁ ମୂଳମନ୍ତ୍ର କରିଥିବା ମୋଦି ସରକାର ଗରିବରୁ ଗରିବ ବ୍ୟକ୍ତିଙ୍କୁ ଅଧିକ ସଶକ୍ତ କରିବା ତଥା ପଛୁଆ ବର୍ଗର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି  । ଆତ୍ମନିର୍ଭର ଭାରତର ପ୍ରଗତିରେ ପଛୁଆ ବର୍ଗର ଲୋକଙ୍କୁ ସମାନ ଅଂଶୀଦାର କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.