”ବିଶ୍ୱାସଘାତକତା କରିଛନ୍ତି ସୁଦାମ ମାରାଣ୍ଡି” 

0

ଆଦିବାସୀ ଯୁବଛାତ୍ର ସଂଗଠନ ପକ୍ଷରୁ ରାଜସ୍ୱମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ 

ବାରିପଦା(ଦିଲ୍ଲୀପ ମହାନ୍ତି)-  ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ନାମରେ ନାମିତ କରାଇବା ନିମନ୍ତେ ବାଙ୍ଗିରିପୋଷି ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରସ୍ତାବ ଦେଇଥିବାରୁ ଆଦିବାସୀ ଯୁବ-ଛାତ୍ର ସଂଗଠନ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଛି | ଏହାର ପ୍ରତିବାଦରେ ଶାମାଖୁଣ୍ଟା ବ୍ଲକର ରଙ୍ଗାମାଟିଆ ହାଟ ଛକ ନିକଟରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଆଦିବାସୀ ଯୁବ-ଛାତ୍ର ସଙ୍ଗଠନର ଅଭିଯୋଗ ଆଧାରରେ ବିଗତ ୪ ବର୍ଷ ଧରି ଆଦିବାସୀ ସଙ୍ଗଠନ ପକ୍ଷରୁ ମୁଣ୍ଡାରୀ ବାଣୀ ସ୍ରଷ୍ଟା ଅଲଗୁରୁ ପଣ୍ଡିତ ରୋହୀଦାସ ସିଂ ନାଗଙ୍କ ନାମରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୁନଃ ନାମିତ କରାଯିବାର ଦାବି କରାଯାଇ ଆସୁଥିବା ବେଳେ ମନ୍ତ୍ରୀ ସୁଦାମ ଚକ୍ରାନ୍ତ କରି ଏହା କରାଇ ଦେଲେ ନାହିଁ । ମହାରାଜା ଶ୍ରୀରାମଚନ୍ଦ୍ରଙ୍କର ଅବଦାନ ସମଗ୍ର ଓଡ଼ିଶା ପାଇଁ ଅତୁଳନୀୟ ରହିଥିବା ସମୟରେ ଉତ୍କଳ , ରେଭେନ୍ସା ଆଦି ବିଶ୍ୱବିଦ୍ୟାଳୟକୁ ମହାରାଜାଙ୍କ ନାମରେ ନାମିତ କରା ନ ଯାଇ ତାଙ୍କୁ ମୟୂରଭଞ୍ଜ ଭିତରେ ସିମିତ ରଖି ମହାରାଜା ପ୍ରତି ଅସମ୍ମାନ ପ୍ରଦର୍ଶନ କରାଯାଇଛି । ମନ୍ତ୍ରୀ ସୁଦାମ ଜାଣିଶୁଣି ଆଦିବାସୀମାନଙ୍କ ଭାବାବେଗ ସହିତ ଖେଳ ଖେଳିବା ସାଙ୍ଗକୁ ବିଶ୍ୱାସଘାତକତା କରିଛନ୍ତି । ଯାହାକୁ ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ବରଦାସ୍ତ କରାଯିବ ନାହିଁ । ତାଙ୍କୁ ଆଗାମୀ ଦିନରେ ଜିଲ୍ଲାରେ ତୀବ୍ର ଭାବେ ବିରୋଧ କରାଯିବ ଦଳିତ ଆଦିବାସୀ ମହାସଂଘ ସମ୍ପାଦକ ଧର୍ମପଦ ସିଂ ପ୍ରକାଶ କରିଛନ୍ତି । ଏଣୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ମୁଣ୍ଡାରୀ ବାଣୀ ସ୍ରଷ୍ଟା ଅଲଗୁରୁ ପଣ୍ଡିତ ରୋହୀଦାସ ସିଂ ନାଗଙ୍କ ନାମରେ ନାମିତ କରାଇବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଶାମାଖୁଣ୍ଟା ବିଡ଼ିଓଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଗଲା । 

 

Leave A Reply

Your email address will not be published.