୭୦ ବର୍ଷର ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଣେଶନଗର ବାବାପଡ଼ାରେ ଜଣେ ୭୦ ବର୍ଷ ବୟସ୍କ ବରିଷ୍ଠ ନାଗରିକ ବେକରେ ଲୁଙ୍ଗି ଗୁଡ଼ାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସମିଲ ତାଣ୍ଡି ନାମକ ଏହି ବରିଷ୍ଠ ନାଗରିକ କିଛିଦିନ ହେଲା ମାନସିକ ଚାପରେ ଥିଲେ  ବୋଲି ପାରିବାରିକ ସୂତ୍ରରୁ ଜଣାପଡ଼ିଛି। ଆଜି ତାଙ୍କ ସ୍ତ୍ରୀ ସୁରୁବାଲି ତାଣ୍ଡି ଓ ପୁଅ ପ୍ରମୋଦ ତାଣ୍ଡି ସବୁଦିନ ଭଳି ନିଜ ନିଜ କାର୍ଯ୍ୟରେ ଯାଇଥିବା ବଳେ ବରିଷ୍ଠ ନାଗରିକ ଜଣକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ମୃତଦେହ ଜବତ କରି ତଦନ୍ତ କରିଥିଲେ। ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା।

Leave A Reply

Your email address will not be published.