‘ଜିରୋ ନାଇଟ ଆୱାର’ର ଏଥର କୋଳାହଳ ହେବ ନାହିଁ, ଜିଲ୍ଲା ପ୍ରଶାସନ ନେବ କଡ଼ା ଆଭିମୁଖ୍ୟ। 

0

ଶୁଭିବ ନାହିଁ ଚର୍ଚ୍ଚରେ ଏଥର ‘ମେରୀ କ୍ରିସମସ’ ଶୁଭେଚ୍ଛା! କେବଳ ଧର୍ମଯାଜକ ପାଳନ କରିବେ ଉପାସନା। 

ଝାରସୁଗୁଡ଼ା :(ସୁଭାଷ ସହାରେ)-ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟିଲା। ବଡ଼ଦିନ ଓ ଜିରୋ ଆୱାର ପାଳନ ପାଇଁ ଉତ୍ସୁକତାର ସହ ପ୍ରଶାସନର ସବୁଜ ସଙ୍କେତକୁ ଅପେକ୍ଷା କରି ରହିଥିବା ଲୋକଙ୍କ ପାଇଁ ମଧ୍ୟ କୋରୋନା ପ୍ରତିବନ୍ଧକ ହେଲା। ଏ ବର୍ଷ ସମସ୍ତ ପ୍ରକାରର ଜନସମାଗମ କରୁଥିବା ଉତ୍ସବରେ କୋରୋନା ଯୋଗୁଁ ପ୍ରତିବନ୍ଧକ ଲଗାଇ ଆସିଥିବା ଜିଲ୍ଲା ପ୍ରଶାସନ ତରଫରୁ ବଡ଼ଦିନ ଓ ଜିରୋ ଆୱାର ନାଇଟ ପାଳନ ଉପରେ କଟକଣା ଲାଗିଲା। ଜିଲ୍ଲା ପ୍ରଶାସନ ଏହି ଦୁଇ ଉତ୍ସବ ଉପରେ କୌଣସି ସମାଗମ ନ କରିବାକୁ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। 

ଗତକାଲି, ସେଣ୍ଟ ଡେଭିଡ ସିଏନଆଇ ଚର୍ଚ୍ଚ କର୍ତ୍ତୃପକ୍ଷ  ବଡ଼ଦିନ ଉପଲକ୍ଷେ ଚର୍ଚ୍ଚରେ ଉପାସନା ପାଇଁ ଶହେ ଜଣ ଲୋକଙ୍କ ସମାଗମ କରିବାକୁ ଅନୁରୋଧ କରିଥିଲେ ଜିଲ୍ଲାପାଳଙ୍କଠାରେ।ମାତ୍ର ଆଜି ଜିଲ୍ଲାପାଳ କାର୍ଯ୍ୟାଳୟର ଏକ ବିଜ୍ଞପ୍ତିରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ ଏପରି ସମାଗମ କରିବାକୁ କାହାରିକୁ ଅନୁମତି ମିଳିବ ନାହିଁ। ବିଜ୍ଞପ୍ତି ଅନୁସାରେ, ବଡ଼ଦିନ ଉପଲକ୍ଷେ ଚର୍ଚ୍ଚରେ କେବଳ ଧର୍ମଯାଜକ ଉପସ୍ଥିତ ରହି ପାରମ୍ପରିକ ରୀତିନୀତି ପାଳନ କରିବେ। 

ସେହିପରି, ଜିରୋ ଆୱାର ନାଇଟ ପାଳନ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଏହି ଅବସରରେ କୌଣସି ଜନସମାଗମ କରିବା ଉପରେ ନିଷେଧାଦେଶ ଜାରି କରି ନିୟମ ଖିଲାପୀଙ୍କ ବିରୋଧରେ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ 2005 ଓ ଭାରତୀୟ ପିଙ୍ଗଳ ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.